ପରଲୋକରେ ମିହିର ଦାସ

January 11, 2022, ଓଡ଼ିଶା, , Anupambharat News Bureau


ପରଲୋକରେ ମିହିର ଦାସ
Anupambharat News Bureau
January 11, 2022

ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଆଇସିୟୁରେ ରହି ସେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ସନ୍ଧ୍ୟାରେ ମିହିର ଦାସଙ୍କ ମରଶରୀରକୁ ଘରୋଇ ହସ୍ପିଟାଲରୁ ସିଡ଼ିଏ ସେକଫର-୮ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ଓଲିଡ଼ଉ ଜଗତର ବହୁ କଳାକାରଙ୍କ ସମେତ ଯାତ୍ରା ଜଗତର କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ଆସନ୍ତାକାଲି (ବୁଧବାର) ଦିନ କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ ।
ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ଯାତ୍ରା ଜାରି ରଖିଥିବା ମିହିର ଦାସ ନିଜର ବଳିଷ୍ଠ ଅଭିନୟ ବଳରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଆସିଥିବା ମିହିର ଦାସ ନାୟକ, ଖଳନାୟକ, ହାସ୍ୟ ଚରିତ୍ର ଓ ଚରିତ୍ର ଅଭିନେତା ଆଦି ଭୂମିକାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନୁ୍ୟ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍‌ ମଜନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି । ଉଚ୍ଚକୋଟିର ଅଭିନୟ ଲାଗି
ସେ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ମିହିର ଦାସ ୧୯୫୯ ଫେବ୍ରୁଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।
ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ । ଏହାପରେ ସେ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ମିହିରଙ୍କ ପତ୍ନୀ ସଙ୍ଗୀତାଙ୍କର ବହୁ ବର୍ଷ ପୂର୍ବେ ଦେହାନ୍ତ ହୋଇସାରିଥିବା ବେଳେ ପୁଅ ଅମ୍ଳାନ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଅଭିନେତା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

Read More...

 ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page