ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

November 17, 2021, ଓଡ଼ିଶା, , Anupambharat News Bureau


 ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ
Anupambharat News Bureau
November 17, 2021


ଭୁବନେଶ୍ୱର,୧୬ା୧୧(ଅନୁପମ ମିଡ଼ିଆ): ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍‌ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋଗ ଅନୁସାରେ ସିବିଆଇ ଅଧିକାରୀମାନେ ତଥ୍ୟ ଓ ପ୍ରମାଣ ପାଇଛନ୍ତି । ଓଡ଼ିଶାରେ ରହି ଏହି ବ୍ୟକ୍ତି, ଅଶ୍ଳୀଳ େୱବସାଇଟ ପାଇଁ କାମ କରୁଥିଲାା ତାର କାମ ଥିଲା, ସେ ଭିଡିଓ ଡାଉନଲୋଡ କରିବ ଓ ହ୍ୱାଟ୍ସଆପ୍‌, ଇନଷ୍ଟାଗ୍ରାମ ଭଳି ବିଭିନ୍ନ ମାଧ୍ୟମରେ ଏହାକୁ ସେୟାର କରିବ । କିଛି ଟଙ୍କା ପାଇଁ ସେ ଏହି କାମ ହାତକୁ ନେଇଥିଲା । ସମ୍ପୃକ୍ତ ସାଇଟରୁ ତାକୁ ଟଙ୍କା ମିଳିଥିଲା ଦେଶର ୭୭ଟି ସ୍ଥାନରେ ଏବଂ ଓଡ଼ିଶାର ୩ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଥିଲା । ଓଡ଼ିଶାରେ ବି ଅନଲାଇନରେ ଶିଶୁ ଯୌନ ନିର୍ଯାତନାର ଚେର ଯେ ଏତେ ଭିତରକୁ ଗଲାଣି, ତାହା ପୂର୍ବରୁ କେବେ ବି ଜଣାପଡିନଥିଲା । ମିଳିଥିବା ସୂଚନା ଅନୁସାରେ ଙ୍କୋନାଳର ସୁରେନ୍ଦ୍ର ନାୟକ ସହଜରେ ଅର୍ଥ ଉପାର୍ଜନର ମାଧ୍ୟମ ୟୁ-ଟୁ୍ୟବରୁ ଶିଖିଥିଲା ଏବଂ ଅଶ୍ଳୀଳ ସାଇଟରୁ ଭିଡିଓ ଡାଉନଲୋଡ କରି ଗତ ଦୁଇ ମାସରେ ପ୍ରାୟ ୧୮୦୦ ଟଙ୍କା ରୋଜଗାର କରିଛି । ଏହି କାର୍ଯ୍ୟ କରି ସହଜରେ ଟଙ୍କା ରୋଜଗାର ପାଇଁ ବାଟ ବାଛିଥିଲା ଅଭିଯୁକ୍ତ । ପର୍ନ ସାଇଟରୁ ଡାଉନଲୋଡ୍‌ କରି ଭାଇରାଲ କରୁଥିଲା ଭିଡିଓ । ସହଜରେ ଟଙ୍କା ରୋଜଗାର ପାଇଁ ଶିଶୁ ଯୌନ ନିର୍ଯାତନା ଭିଡିଓ ଡାଉନଲୋଡ କରି ଅନ୍ୟମାନଙ୍କ ନିକଟକୁ ପଠାଉଥିଲା । ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକ । ୟୁ-ଟୁ୍ୟବରୁ ଏହି କୌଶଳ ଶିଖିବା ପରେ ରୋଜଗାରର ଏହି ଫର୍ମୁଲା ବାଛି ନେଇଥିଲା ଅଭିଯୁକ୍ତ । ଦଶମ ଫେଲ ସୁରେନ୍ଦ୍ର ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ ଜରିଆରେ ପର୍ନ ସାଇଟରୁ ଡାଉନଲୋଡ କରୁଥିବା ଭିଡିଓକୁ ଅନ୍ୟମାନଙ୍କ ନିକଟକୁ ପଠାଉଥିଲା । ପାଖାପାଖି ୨୭୭ ଓ ହ୍ୱାଟ୍ସଆପରେ ୬୦ ଜଣଙ୍କୁ ଏସବୁ ଭିଡିଓ ପଠାଇ ଟଙ୍କା ରୋଜଗାର କରିଥିଲା । ଢେଙ୍କାନାଳର ସୁରେନ୍ଦ୍ର ନାୟକ ସମେତ ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସକୁ ପଚରାଉଚରା କରିବା ପରେ ସିବିଆଇ ହାତରେ ଅନେକ ତଥ୍ୟ ଲାଗିଛି । ତେବେ କୌଣସି ଅଶ୍ଳୀଳ ଫିଲ୍ମ ନିଜେ ସୁରେନ୍ଦ୍ର ପ୍ରସ୍ତୁତ କରିନଥିଲା । ବରଂ ଏହାକୁ ପ୍ରଚାର ପ୍ରସାର କରାଉଥିଲା ।ଗାଁ ଲୋକଙ୍କ କହିବା ଅନୁସାରେ ଏକଦା ସିକୁ୍ୟରିଟି ଗାର୍ଡ଼ ଭାବେ କାମ କରୁଥିବା ସୁରେନ୍ଦ୍ର ଚାକିରିରୁ ତଡ଼ା ଖାଇବା ପରେ ରୋଜଗାର ହରାଇଥିଲା ।ଆଉ ଏହି ସମୟରେ ସହଜରେ ଅର୍ଥ ଉପାର୍ଜନ ପାଇଁ ଏଭଳି ପନ୍ଥା ଆପଣାଇଥିଲା । ସୁରେନ୍ଦ୍ର ନାୟକ ୨ ମାସ ପୂର୍ବରୁ ଏହି ଗ୍ରୁପରେ ସାମିଲ ହୋଇଥିଲେ । ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ଡାଉନଲୋଡ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ତାଙ୍କ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଆସୁଥିଲା । ଗାଁରେ କାହା ସହ ମିଶୁନଥିଲା, ଘର ଭିତରେ ରହି ଏହି କାମରେ ମାତିଥିଲା ସୁରେନ୍ଦ୍ର । ଅଭିଯୁକ୍ତ ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ ଛ ତା’ଠାରୁ ଏକ ମୋବାଇଲ ଜବତ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ମିହିର ଦାସ

ପରଲୋକରେ ମିହିର ଦାସ

Read More...

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page