କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

November 17, 2021, ଓଡ଼ିଶା, , Anupambharat News Bureau


କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ
Anupambharat News Bureau
November 17, 2021


ପୁରୀ,୧୭ା୧୧(ଅନୁପମ ମିଡ଼ିକ):ପଞ୍ଚକ ଅବସରରେ ଶ୍ରୀମନ୍ଦିରରେ ଚତୁଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟ ଅବଧି ବୃଦ୍ଧି କରାଯାଇଛି । ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏହି ନୂତନ ଏସ୍‌ଓପି ଜାରି କରାଯାଇଛି । କି;ୁ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୧୯ ତାରିଖ ଶୁକ୍ରବାର ଦର୍ଶନାର୍ଥୀଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍‌ କୁମାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ଏସ୍‌ଓପିରେ ସ୍ପଷ୍ଟ କରି ଦିଆଯାଇଛି । କି;ୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ପୂର୍ବରୁ ବାଧ୍ୟତା ମୂଳକ ଥିବା ଦୁଇଡ଼ୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ଅବଧି ମଧ୍ୟରେ କରୋନ ସଂକ୍ରମିତ ହୋଇନଥିବା ଡ଼ାକ୍ତରୀ ପ୍ରମାଣପତ୍ର କଟକଣା ବଳବତ୍ତର ରହିବ । ସମସ୍ତ ଦର୍ଶନାର୍ଥୀ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ତେବେ ସହରର ଦର୍ଶନର୍ଥୀମାନେ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏଥି ସହିତ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ପୂର୍ବରୁ ଜାରି କରାଯାଇଥିବା ସମସ୍ତ କଟଣା ବଳବତ୍ତର ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

Read More...

 ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ :  ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ : ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page