ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

November 09, 2021, ଓଡ଼ିଶା, , Anupambharat News Bureau


ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ
Anupambharat News Bureau
November 09, 2021


ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ବର୍ଷ ପାଇଁ ସମସ୍ତ ବିଜେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶାରୁ ଆଜି ମୋଟ ଛ’ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଓଡ଼ିଶାରୁ ବିଶିଷ୍ଟ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ରାଷ୍ଟ୍ରପତି ପଦ୍ମ ବିଭୂଷଣରେ ସମ୍ମାନିତ କରିଛନ୍ତି । ସେହିପରି କଳା ପାଇଁ ପୂର୍ଣ୍ଣମାସୀ ଜାନି, ସାହିତ୍ୟ ପାଇଁ ରଜତ କରଙ୍କୁ ପଦ୍ମଶ୍ରୀରେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶିକ୍ଷା ପାଇଁ ନନ୍ଦ ପୃଷ୍ଟି, ସାମାଜିକ ସେବା ପାଇଁ ଶାନ୍ତି ଦେବୀ ଓ ଔଷଧ ପାଇଁ କୃଷ୍ଣ ମୋହନ ପାଠୀଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ଯୋଗ ଦେଇଥିଲେ ।୨୦୨୧ ବର୍ଷ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ୧୦୨ ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।ସେହିପରି ଗତକାଲି ବର୍ଷ ୨୦୨୦ ପାଇଁ ଓଡ଼ିଶାରୁ ୧୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଡ଼ିଶାର ଜଣାଶୁଣା ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଜୈବ କୃଷିରେ ବିପ୍ଲବ ଆଣିିଥିବା ଓଡ଼ିଆ ବାପା ଓ ଝିଅ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ମିଳିଥିଲା ।
ସେହିପରି ସାନ୍ତାଳୀ ଭାଷାରେ ପାରଦର୍ଶିତା ଓ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଡକଫର ଦମୟନ୍ତୀ ବେସରା, ଶିକ୍ଷା ଓ ସାହିତ୍ୟ ପାଇଁ ବୀଣାପାଣି ମହାନ୍ତି ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ଗଁନ୍ତିଆ (କଳା), ସ୍ୱର୍ଗତ ମନମୋହନ ମହାପାତ୍ର (କଳା), ଦିଗମ୍ବର ବେହେରା (ମେଡିସିନ୍‌), ଉତ୍ସବ ଚରଣ ଦାସ (କଳା), ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

Read More...

ନବୀନ - ଜଗନ ଭେଟ  : ଉଠିଲା କୋଟିଆ, ପୋଲାଭରମ୍‌ ପ୍ରସଙ୍ଗ

ନବୀନ - ଜଗନ ଭେଟ : ଉଠିଲା କୋଟିଆ, ପୋଲାଭରମ୍‌ ପ୍ରସଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page