ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ

November 09, 2021, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ : ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ
Anupambharat News Bureau
November 09, 2021


କୁକୁଡ଼ାଖଣ୍ଡି/ବ୍ରହ୍ମପୁର, ୯ ।୧୧(ଅନୁପମ ମିଡିଆ): ବହୁ ପ୍ରତିକ୍ଷୀତ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଭୂମି ପୂଜନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ କୁଲାଙ୍ଗେ ଜଣାଇଥିଲେ ଯେ, ରିଙ୍ଗ ରୋଡ୍‌ ହେବା ଦ୍ୱାରା ବ୍ରହ୍ମପୁର ସହରର ଟ୍ରାଫିକ୍‌ ସମସ୍ୟା ଅନେକାଂଶରେ ସୁଧାର ଆସିବ । ଲୋକଙ୍କ ଯାତାୟତ ଦିଗରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇ ପାରିବ । ଏହି ରିଙ୍ଗ ରୋଡ଼ ପାଇଁ ପ୍ରଥମ ପର୍ଯ୍ୟାୟ ସୂରପ ଆଜି କୁକୁଡ଼ା ଖଣ୍ଡି ବ୍ଳକର କୁସୁମୀରୁ କାର୍ଯ୍ୟ ଆରମ୍ଭ ଲାଗି ଶିଳାନ୍ୟାସ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ହଳଦିଆ ପଦରରୁ ଜଗନ୍ନାଥ ପୁର ପର୍ଯ୍ୟନ୍ତ ହେବ । ପ୍ରଥମ ପଯ୍ୟାୟରେ ହଳଦିଆ ପଦର କୁସୁମୀଠାରୁ ଆରମ୍ଭ ହୋଇ ଆସିକା ରୋଡ଼କୁ ସଂଯୋଗ ହେବ । ପ୍ରଥମ ପର୍ଯ୍ୟାୟରେ ମହୁଡା,କୁମାରପୁର, କୁସୁମୀ, ଗୋବିନ୍ଦପୁର-୧,ଗୋବିନ୍ଦପୁର-୨, ମନୋହରା, ମଦନ ମୋହନ ଗ୍ରାମ ଗୁଡିକ ଦେଇ ଏହି ରାସ୍ତା ନିର୍ମାଣ ହେବ । ଏଥି ସକାଶେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାରୁ ଆଜି କାର୍ଯ୍ୟ ଆରମ୍ଭ ସକାଶେ ଶିଳାନ୍ୟାସ କରାଯାଇଛି । ସେହିଭଳି ଏହି ପ୍ରସ୍ତାବିତ ରୋଡ଼ ଲାଗି ଜାତୀୟ ରାଜପଥ ୧୬ ଠାରୁ ୫.୧୯କିଲୋମିଟର ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଯେଉଁଥିରେ ୨୦.୭୧ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ମଧ୍ୟ ୯୫ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଳାପାଳ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଏହି ରିଙ୍ଗ୍‌ ରୋଡ୍‌ରେ ୧୦୦୦ମିଟର ରେଲେୱ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ହେବ । ଏହି ଭୂମିପୂଜନ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱ କୀର୍ତ୍ତି ଭାସନ୍‌, କୁକୁଡା ଖଣ୍ଡି ତହସିଲଦାର୍‌ କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡି ବିଭାଗ ନଂ-୧ର ନିର୍ବାହୀଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଗତ ଦୁଇ ଦଶନ୍ଧୀ ଧରି ବ୍ରହ୍ମପୁରରେ ରିଙ୍ଗ ରୋଡ଼ ନିର୍ମାଣ ନେଇ ପ୍ରସ୍ତାବ ଆସିଥିଲା । ତେବେ ତାହା ଶୀତଳ ଭଣ୍ଡାରେ ପଡ଼ି ରହିଥିଲା । ପୁଣି ଗତ ୨୦୧୩ରେ ଏହାକୁ ତ୍ୱରାନିତ କରିବାକୁ ସରକାର ପଦକ୍ଷେପ ନେଇଥିଲେ । ଦୀର୍ଘ ଆଠ ବର୍ଷ ପରେ ଏହି ପ୍ରସ୍ତାବିତ ରୋଡ଼ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଦେଖିବାକୁ ରହିଲା ଏହି କାର୍ଯ୍ୟ ଶେଷ ହୋଇ ରିଙ୍ଗ ରୋଡ଼ କେବେ ବାସ୍ତବରେ ପରିଣତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାହା ହେଲେ ନୋବେଲ ବିଜେତା ମଲାଲା

ବାହା ହେଲେ ନୋବେଲ ବିଜେତା ମଲାଲା

Read More...

ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page