ନବୀନ - ଜଗନ ଭେଟ : ଉଠିଲା କୋଟିଆ, ପୋଲାଭରମ୍‌ ପ୍ରସଙ୍ଗ

November 09, 2021, ଓଡ଼ିଶା, , Anupambharat News Bureau


ନବୀନ - ଜଗନ ଭେଟ  : ଉଠିଲା କୋଟିଆ, ପୋଲାଭରମ୍‌ ପ୍ରସଙ୍ଗ
Anupambharat News Bureau
November 09, 2021


ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଦୁଇ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଏକାଠି କାମ କରିବେ ଓଡିଶା-ଆନ୍ଧ୍ର । ସୀମା ବିବାଦ, ପୋଲାଭରମ୍‌ ତଥା ମାଓ ସମସ୍ୟା ଭଳି ପ୍ରସଙ୍ଗରେ ସହଯୋଗ କରିବାକୁ ସହମତ ହୋଇଛନ୍ତି ଉଭୟ ରାଜ୍ୟ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡïୀ ମଙ୍ଗଳବାର ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନଠାରେ ଭେଟି ଆଲୋଚନା କରିଛନ୍ତି । ମୁଖ୍ୟତଃ ୯ଟି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ବିବୃତି ଅନୁସାରେ ଦୁଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡïୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମୁଖ୍ୟତଃ ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଅନାପତି ପ୍ରମାଣପତ୍ର ନିମନ୍ତେ ଏକାଠି କାମ କରିବାକୁ ସହମତି ହୋଇଛନ୍ତି । ସେହିପରି ମାଓବାଦୀ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।
ଏସବୁ ବ୍ୟତୀତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲୁଗୁ ଭାଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ତେଲୁଗୁ ଭାଷା ଚେୟାର ସ୍ଥାପନ ଓ ଅନୁରୂପ ଭାବେ ଶ୍ରୀକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଦୁଇ ରାଜ୍ୟ ସରକାର କାମ କରିବେ । ସେହିପରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ, ଭାଷା ପରୀକ୍ଷା କରାଇ ଭାଇଚାରାକୁ ପ୍ରୋତ୍ସାହିତ କରାଯିବ ।
ପାରସ୍ପରିକ ସହଯୋଗ ଓ ସଂଘୀୟ ଢାଞ୍ଚାକୁ ସୁରକ୍ଷିତ ରଖିବା ଦିଗରେ ଦୁଇ ରାଜ୍ୟ କାମ କରିବେ । ଦୁଇ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ସଚିବସ୍ତରରେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଜନସାଧାରଣଙ୍କ ସ୍ୱାର୍ଥରେ ସମାଧାନ ଖୋଜିବାକୁ ପ୍ରୟାସ କରାଯିବ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ ଓଡ଼ିଶା ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ଏତଦ୍‌ ବ୍ୟତୀତ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ସଚିବ, ରାଜସ୍ୱ ସଚିବ ,ଆନ୍ଧ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେଡïୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ
ସିଧା ଲୋକସେବା ଭବନ ଯାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ରେଡïୀ ଆନ୍ଧ୍ରପ୍ରଦେଶ ଫେରିଯାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

Read More...

 ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କର :  ଜିଲ୍ଲାପାଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କର : ଜିଲ୍ଲାପାଳଙ୍କୁ ଇସିଙ୍କ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page