୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

November 02, 2021, ଓଡ଼ିଶା, , Anupambharat News Bureau


୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ
Anupambharat News Bureau
November 02, 2021


ପୁରୀ,୨ା୧୦(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯୬.୨୬କୋଟି ଲକ୍ଷ ୫ହଜାର ୩୦୬ଟଙ୍କାର ବଜେଟ ପରିଚାଳନା କମିଟିର ଅନୁମୋଦନଲାଭ କରିଛି । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଚଳିତ ବର୍ଷର ବଳକା ବଜେଟକୁ ସ୍ୱୀକୃତି ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପ୍ରଶାସନର ରାଜସ୍ୱ ଆୟ ୧୦୬ କୋଟି ୮୯ଲକ୍ଷ,୮୫ହଜାର ୩୦୬ଟଙ୍କା ଏବଂ ବ୍ୟୟ ୮୫କୋଟି ୭୫ଲକ୍ଷ ୨୦ହଜାର ୧୧୦ଟଙ୍କା ରହିବ ବୋଲି ବଜେଟ୍‌ରେ ଦର୍ଶାଯାଇଛି । ଫଳରେ ନିଜସ୍ୱ ଆୟ ଠାରୁ ୨୧ କୋଟି ୧୪ଲକ୍ଷ,୬୫ହଜାର ୧୯୬ଟଙ୍କା ବଳକା ରହିବ ବୋଲି ବଜେଟ୍‌ରେ ଉଲ୍ଲେଖ କରାଯାଇଛି । କର୍ପସ ଫଣ୍ଡ, ଟେମ୍ପୁଲ୍‌ଫଣ୍ଡ ଓ ଫାଉଣ୍ଡେସନରୁ ୩୭ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ମିଳିବ । ତାପଙ୍ଗ ଓ ଖୋର୍ଦ୍ଧାରେଥିବା ପଥର ଖଣିରୁ ୧୫ କୋଟିରୁ ଅଧିକ ଅର୍ଥ ମିଳିବ ଓ ଜମିବିକ୍ରି ଓ ଅଧିଗ୍ରହଣରୁ ୬୦କୋଟି ଟଙ୍କା ଆୟ ହେବ ବୋଲି ବଜେଟ୍‌ରେ ଦର୍ଶାଯାଇଛି । ଚଳିତ ଆର୍ଥିକ ବର୍ଷର ଆୟରୁ ୭୦କୋଟି ଟଙ୍କା କର୍ପସ ଫଣ୍ଡରେ ଜମା କରାଯିବା ପାଇଁ ପ୍ରସ୍ତାବ ରହିଛିି । କର୍ପସ ଫଣ୍ଡରେ ଶ୍ରୀମନ୍ଦିର ପ୍ରଶାସନର ୬୭୫ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା ରହିଛି । ଫଳରେ କର୍ପସ ଫଣ୍ଡ ପ୍ରାୟ ୭୫୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍‌ କୁମାର,ଜିଲ୍ଲାପାଳ ସମର୍ଥ ବର୍ମା,ଏସ୍‌ପି କନୱାର ବିଶାଳ ସିଂ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ । ବଜେଟ୍‌ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ସେବାୟତଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟସେବା ଲାଗି ଏକ ଘରୋଇ ହସ୍ପିଟାଲ ସହିତ ପ୍ରାରମ୍ଭିକ ଆଲୋଚନା କରାଯାଇଥିବା ପରିଚାଳନା କମିଟି ବୈଠକ ପରେ ମୁଖ୍ୟପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭିନ୍ନଭିନ୍ନ ଦିନରେ ସେମାନେ ସେବକ,ଶ୍ରୀନ୍ଦିର ପ୍ରଶାସନର ଅଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ରିହାତି ମୂଲ୍ୟରେ ଓòଷଧ ଯୋଗାଣ ଲାଗି ମଧ୍ୟ ବ୍ୟବସ୍ଥ୍ୟ କରାଯିବ । ସମସ୍ତ ଲିଜ୍‌ର ନବୀକରଣ କରାଯାଇ ଦୀର୍ଘ ମିଆଦି ସୂତ୍ରରେ ଲିଜ୍‌ ଦିଆଯିବ । ଖଣ୍ଡାଲାଇଟି ପଥରଖଣି ସମ୍ପର୍କରେ ଓଏମ୍‌ ସି ସହିତ ଆଲୋଚନା କରାଯାଇଛି । ଖଣ୍ଡାଲାଇଟ୍‌ ଖଣିରୁ ଏବେ ଅଧିକ ରାଜସ୍ୱ ମିଳିବ । ଡ୍ରେସ୍‌ କୋର୍ଡ଼ ସମ୍ପର୍କରେ ଆଲୋଚନା ଚାଲିଥିବା ମୁଖ୍ୟପ୍ରଶାସକ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

Read More...

ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page