ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

November 02, 2021, ଓଡ଼ିଶା, , Anupambharat News Bureau


ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା
Anupambharat News Bureau
November 02, 2021


ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍‌ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍‌ । ସରକାରଙ୍କ ନିୟମ ମାନି ଆମେ କମ୍‌ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍‌ ରୋଗୀଙ୍କ ସମସ୍ୟା ବଢିବ ନାହିଁ ବରଂ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ଓ ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ହୋଇପାରେ । ସେହିପରି ପାର୍ବଣ ବୋଲି ଅଧିକ ସଂଖ୍ୟାରେ ଲୋକ ଏକାଠି ହେବା ମଧ୍ୟ ଅନୁଚିତ୍‌ । କାରଣ କୋଭିଡ୍‌ ଏବେ ବି ସମ୍ପୂର୍ଣ୍ଣ ଯାଇନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦୀପାବଳୀରେ ବାଣ ଫୁଟା ସମ୍ପର୍କିତ ମାମଲାର ବିଚାର କରି ଗତକାଲି ଓଡିଶା ହାଇକୋର୍ଟ କେବଳ ସବୁଜ ବାଣର ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଥିଲେ । ଏହାପରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ବାଣ ଫୁଟାଇବା ନେଇ ଗାଇଡ ଲାଇନ୍‌ ଜାରି କରାଯାଇଥିଲା । ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟ ମଧ୍ୟରେ ୩୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୨୧୦୦ କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ୧୮ ବର୍ଷରୁ କମ୍‌ ୪୪ ଜଣ କରୋନା ସଂକ୍ରମିତ ରହିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୩୨୭ ଜଣଙ୍କ ମଧ୍ୟରୁ ୧୯୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୧୭୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଭଦ୍ରକରୁ ଆଠ ,ବଲାଙ୍ଗୀରରୁ ପାଞ୍ଚ, ବୌଦ୍ଧ ଜିଲ୍ଲାରୁ ଜଣେ , କଟକରୁ ୨୯ ସଂକ୍ରମିତ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ଚାରି, ଜଗତସିଂହପୁର ଜିଲ୍ଲାରୁ ସାତ , ଯାଜପୁରରୁ ନ’ ଜଣ ସଂକ୍ରମିତ ହୋଇଥିବା ବେଳେ , ଝାରସୁଗୁଡ଼ା ଜିଲ୍ଲାରୁ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ଜଣେ , କୋରାପୁଟରୁ ତିନି ,ମୟୂରଭଞ୍ଜରୁ ୧୩ , ନୟାଗଡରୁ ତିନି , ନୂଆପଡାରୁ ଦୁଇ,,ପୁରୀରୁ ଛ’, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ଚାରି ଓ ଷ୍ଟେଟ୍‌ ପୁଲରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

Read More...

୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page