ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

November 02, 2021, ଓଡ଼ିଶା, , Anupambharat News Bureau


ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି
Anupambharat News Bureau
November 02, 2021


ସମ୍ବଲପୁର, ୨ା୧୧(ଅନୁପମ ମିଡ଼ିଆ): ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଥିରେ ପୀଡ଼ିତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଆଜି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଘୋଷଣା କରିଛନ୍ତି । ସଡ଼କ ଓ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ଦୁର୍ଘଟଣାଗ୍ରସ୍ତଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଗଲେ ଅମୂଲ୍ୟ ଜୀବନକୁ ସୁରକ୍ଷିତ କରାଯାଇ ପାରିବ । ମୁଖ୍ୟମନ୍ତ୍ରୀ ବିଏସ୍‌କେୱା କାର୍ଡ ବାବଦରେ କହିଲେ ଯେ, ଏହା ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ସଦସ୍ୟସଦସ୍ୟା ଉପକୃତ ହେବେ ବିଭିନ୍ନ ସମୟରେ ଚିକିତ୍ସା ଖର୍ଚ୍ଚ ପାଇଁ ଜମି, ସୁନା ବିକ୍ରି କରିବା ସହିତ ଛୁଆମାନଙ୍କ ଶିକ୍ଷା ପ୍ରଭାବିତ ହେଉଛି । ଏହା ଦ୍ୱାରା ସେ ନିଜେ ବିଚଳିତ ଓ ମର୍ମାହତ ମତ ଦେଇ କହିଲେ ଯେ, ବର୍ତ୍ତମାନ ଜିଏସ୍‌କେୱାଇ କାର୍ଡ ଜରିଆରେ ଦେଶର ୨ଶହ ବଡ଼ ହସ୍‌ପିଟାଲରେ ବିନା ଖର୍ଚ୍ଚାରେ ଚିକିତ୍ସା ସୁବିଧା ହାସଲ କରାଯାଇପାରିବ । ଏହି ଗସ୍ତ ଅବସରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫୩ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପମାନଙ୍କର ଉଦ୍‌ଘଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତନ୍ମଧ୍ୟରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଆଜି ଉଦ୍‌ଘାଟିତ ହୋଇଥିଲା । ବିିଭିନ୍ନ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ମହ‰ପୂର୍ଣ୍ଣ ଭୂମିକା ରହିଛି । ସଂସ୍କୃତି, ଶିକ୍ଷା, ଇତିହାସ ଓ ରାଜନୀତି ଭଳି କ୍ଷେତ୍ରରେ ଏ ମାଟିର ମହତ୍ତର ଅବଦାନ ରହିଛି । ସମ୍ବଲପୁରୀ ବସ୍ତ୍ର ଏବଂ ଗୀତ ଓଡ଼ିଶାର ମହାନ୍‌ ସଂସ୍କୃତିର ପରିଚୟରେ ପରିଣତ ହୋଇଛି । ସମଲେଇ ପୀଠର ଉନ୍ନୟନ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ଏ ପୀଠର ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି । ସମ୍ବଲପୁର ଜିଲ୍ଲାରେ ପାନୀୟ ଜଳ ବିତରଣ ପାଇଁ ୧ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଗାଁ ଓ ସହରର ସବୁ ପରିବାର ପାଖରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚି ପାରିବ । କୁଚିଣ୍ଡା ଓ ରେଢ଼ାଖୋଲ ପରେ ୨୦୨୨ରେ ସମ୍ବଲପୁର ପ୍ରତି ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ଏବଂ କିଶୋରଚନ୍ଦ୍ର ନାଏକ ପ୍ରମୁଖ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ରାଜ୍ୟର ବିଭିନ୍ନ ଯୋଜନା ଜରିଆରେ ଲୋକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସଶକ୍ତ କରିପାରିଛି ବୋଲି କହିଥିଲେ । ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ କୁଚିଣ୍ଡାର ସରସ୍ୱତୀ ଭୋଇଙ୍କୁ ମୁଖ୍ୟମନ୍ତ୍ରୀ ବିଏସ୍‌କେୱାଇ କାର୍ଡ ହସ୍ତାନ୍ତର କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

୧୯୬ କୋଟିର ଶ୍ରୀମନ୍ଦିର ବଜେଟ ଅନୁମୋଦିତ

Read More...

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page