ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ

November 01, 2021, ଓଡ଼ିଶା, , Anupambharat News Bureau


ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉରୁ ଉତ୍ତେଜନା : କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ
Anupambharat News Bureau
November 01, 2021


କେନ୍ଦୁଝର, ୧ା୧୧(ଅନୁପମ ମିଡ଼ିଆ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ୪ ଦଫା ଦାବି ନେଇ ଏସ୍‌ପି ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ସ୍ଥାନୀୟ କାଳିପଡିଆଠାରୁ ଏକ ଶୋଭାଯାତ୍ରରେ ବାହାରି ଏସ୍‌ପି ଅଫିସ ସମ୍ମୁଖରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭବେଳେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ପରେ ପରିସ୍ଥିତି ଅଣାୟତ ହେବାରେ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ପୋଲିସ ବିକ୍ଷୋଭକାରୀଙ୍କୁ ଘୋଉଡାଇବା ପାଇଁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ କେତେକ ବିଜେପି ନେତାଙ୍କୁ ଗିରଫ କରିଥିଲା । ଜିଲ୍ଲା ସଭାପତିଙ୍କ କହିବା ଅନୁସାରେ ଏଭଳି ଲାଠିଚାର୍ଜ ଘଟଣା ନିନ୍ଦନୀୟ ଏବଂ ଏହାଦ୍ୱାରା ବହୁ କର୍ମୀ ଆହତ ହୋଇଛନ୍ତି । ସେହିପରି ଗିରଫ କରିଥିବା ୧୫ ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ବିରୋଧୀଦଳ ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ବୋମାମାଡ କରି ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ, ଆଦିବାସୀ ଲୋକଙ୍କ ପାଇଁ ସ୍ୱର ଉଠାଇ ମିଛ କେସରେ ଗିରଫ ହୋଇଥିବା ଯୁବନେତା ମୁନା ପୂର୍ତ୍ତୀଙ୍କ ନିଃସର୍ତ୍ତରେ ଖଲାସ କରିବା,ଜିଲ୍ଲାରେ ଲଗାତର ୪ ଦିନରେ ୪ଟି ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପଛରେ ପୋଲିସ ପ୍ରଶାସନ ଅପାରଗତା ବିରୋଧରେ ଏସପି ଅଫିସ ଘେରାଉ କରାଯାଇଥିଲା । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ଚରଣ ମାଝୀ,ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା,ଭାଜପା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଶୁକଦେବ ମହାନ୍ତ,ଜ୍ଞାନରଞ୍ଜନ ସାମନ୍ତ ସିଂହାର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ମନୋହର ଶର୍ମା,ବରିଷ୍ଠ ନେତା ପୃଥିରାଜ କୁଅଁର,ବିଜେପି କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର,ସହ ସମ୍ପାଦକ ଜୟଦେବ ଗିରି,ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସିଂ,ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାନେତ୍ରୀ ମମିତା ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,ଭବାନୀଶଙ୍କର ନାୟକ,ଭାଜପା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ,ସାଧାରଣ ସମ୍ପାଦକ ସବିର ଦାଶ,ଅକ୍ଷୟ ମହାରଣା,ନଗର ସଭାପତି ବିଶ୍ୱଜିତ୍‌
ତ୍ରିପାଠୀ,ନଗର ଯୁବମୋର୍ଚ୍ଚା ସଭାପତି ପ୍ରିୟବ୍ରତ ଜେନା,ଜିଲ୍ଲା ଉପସଭାପତି ଗୋପିନାଥ ରାମ,ଗଣେଶ୍ୱର ମହାନ୍ତ,ଅଗନୁ ଚରଣ ମହାନ୍ତ,ସ୍ୱପ୍ନା ସାହୁ,ଭାଜପା କୋଷାଧ୍ୟକ୍ଷ ହରିହର ମହାନ୍ତ,ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ,ଜିଲ୍ଲା ସମ୍ପାଦକ ଦୀପକ ଜେନା,ବରିଷ୍ଠ ନେତା ସତ୍ୟବ୍ରତ ନାୟକ,ରାମଚନ୍ଦ୍ର ସାହୁ,ଦେବ ଜେନା ସମେତ ବହୁ ନେତା ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଥାନାର ଅଧିକାରୀଙ୍କ ସମେତ ୧୬ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟିର ପାଣwି

Read More...

୧୨ରେ ଓଡ଼ିଶା ବନ୍ଦ ଡାକରା

୧୨ରେ ଓଡ଼ିଶା ବନ୍ଦ ଡାକରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page