ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ

October 27, 2021, ଓଡ଼ିଶା, , Anupambharat News Bureau


ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ
Anupambharat News Bureau
October 27, 2021


ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ଭୁବନେଶ୍ୱରର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଭାଲୁ ସଫାରୀରେ ଆଜି ଅଘଟଣ ଘଟିଛି । ବୁଧବାର ସନ୍ଧ୍ୟାରେ ସଫାରୀ ଭ୍ରମଣ ବେଳେ ଜଣେ ଯୁବକଙ୍କ ହାତକୁ ଭାଲୁ କାମୁଡ଼ି ଦେବା ଫଳରେ ସେ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗାଁର ଟୁଲୁ ବେହେରା (୩୫) । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟରେ ଘଟଣା ସମ୍ପର୍କରେ ନନ୍ଦନକାନନ ଡେପୁଟି ଡାଇରେକଫର ସଞ୍ଜୀବ କୁମାର କହିଛନ୍ତି, ଯେଉଁ ଯୁବକ ଜଣକ ଭାଲୁ କାମୁଡାରେ ରକ୍ତାକ୍ତ ହୋଇଛନ୍ତି, ସେ ଜଣେ ଅଣସ୍ୱୀକୃତିପ୍ରାପ୍ତ ଗାଇଡ଼ଥିଲେ । ସୂଚନା ଅନୁସାରେ ଭାଲୁ ସଫାରୀରେ ସନ୍ଧ୍ୟା ୫ଟାରେ ଶେଷ ସଫାରୀ ବସ ପରିଭ୍ରମଣ କରିଥିଲା । ଏହି ସଫାରୀରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ଭ୍ରମଣ ସମୟରେ ଟୁଲୁ ବେହେରା ନିଜ ହାତ
ବାହାରକୁ ବଢ଼ାଇ ଦେଇଥିଲେ । ଏହି ସମୟରେ ଏକ ଭାଲୁ ଟୁଲୁଙ୍କ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଉଲ୍ଲେଖ୍ୟଯୋଗ୍ୟ ଦୁଇ ବର୍ଷ ପୂର୍ବରୁ ମଧ୍ୟ ଭାଲୁ ସଫାରୀରେ ଜଣେ ପର୍ଯ୍ୟଟକ ଆକ୍ରମଣର ଶିକାର ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ

ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ

Read More...

ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା

ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page