ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ

October 28, 2021, ଦେଶ, , Anupambharat News Bureau


  ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ
Anupambharat News Bureau
October 28, 2021



ନୂଆଦିଲ୍ଲୀ, ୨୮ା୧୦: କୁ୍ରଜ୍‌ ଡ୍ରଗ ପାର୍ଟି ହାଇପ୍ରୋଫାଇଲ ମାମଲାରେ ଗୁରୁବାର ହାଇକୋର୍ଟର ଜଜ୍‌ ନିତିନ ଭାମ୍ବ୍ରେ ଆର୍ଯ୍ୟନ ଖାନ୍‌, ଅରବାଜ ମର୍ଚ୍ଚେଂଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ୨୫ ଦିନ ପରେ ସର୍ତ୍ତ ଜାମିନ ମଞ୍ଜୁର କରିଛନ୍ତି । ଜଜ୍‌ କହିଛନ୍ତି ଯେ ଏହି ମାମଲାର ନିର୍ଣ୍ଣୟ ପ୍ରତି ଶୁକ୍ରବାର ଜାରି କରାଯିବ । ଜାମିନରେ ମୁକ୍ତ ହେବାପରେ ତିନି ଅଭିଯୁକ୍ତଙ୍କୁ ସହର ଛାଡ଼ି ନଯିବା ଏବଂ ପ୍ରତି ଶୁୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ହାଜର ଦେବାର ସର୍ତ୍ତ ରଖାଯାଇଛି । ବଲିଉଡ଼ ଚଳଚ୍ଚିତ୍ର ତାରକା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇରୁ ଗୋଆ ମଧ୍ୟରେ ଏକ କ୍ରୁଜ ଜାହାଜ ମଧ୍ୟରେ ନିଶାଦ୍ରବ୍ୟ ସହିତ ରେଭ୍‌ ପାର୍ଟିରେ ଯୋଗଦେଇଥିଲେ । ଏହି ନିଶାଦ୍ରବ୍ୟ କାରବାର ଜନିତ ମାମଲାରେ ଅଭିଯୁକ୍ତ ଥିବା ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନ୍‌ସିବି) ଗିରଫ କରିଥିଲା । ବିଭିନ୍ନ ନିଶା କାରବାର ଜନିତ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ସେ ୩ ସପ୍ତାହ ପର୍ଯ୍ୟନ୍ତ ଜେଲ୍‌ରେ ରହିଲେ, ତେବେ ବମ୍ବେ ହାଇକୋର୍ଟରୁ ଏ ସମ୍ପର୍କରେ ଆସନ୍ତାକାଲି ବିଧିବଦ୍ଧ ନିର୍ଦ୍ଦେଶ ଆସିବା ପରେ ସେମାନେ ଜେଲ୍‌ରୁ ମୁକୁଳିବେ । ଆର୍ଯ୍ୟନ ଖାନ୍‌ଙ୍କ ଓକିଲ ମୁକୁଲ ରୋହତଗୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ଦୁଇପଟର ଓକିଲଙ୍କ ଦଲିଲ ଶୁଣିବାପରେ ଜଜ୍‌ ଆଜି ଆର୍ଯ୍ୟନ ଖାନ୍‌, ଅରବାଜ ମର୍ଚ୍ଚେଂଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ଜାମିନ ମଞ୍ଜୁର କରାଯାଇଛି । ଜାମିନ ସମ୍ବନ୍ଧିତ ନିର୍ଣ୍ଣୟର ବିସ୍ତୃତ ଆଦେଶ ଶୁକ୍ରବାର ଦିଆଯିବ । ଏହାପରେ ତିନି ଅଭିଯୁକ୍ତଙ୍କୁ ଶନିବାର କିମ୍ବା ରବିବାର ପର୍ଯ୍ୟନ୍ତ ଜେଲ୍‌ରୁ ବାହାରକୁ ଆସିଯିବେ ।
ହାଇକୋର୍ଟ ଆର୍ଯ୍ୟନ ଖାନ୍‌ ସହିତ ତିନି ଅଭିଯୁକ୍ତଙ୍କ ଜାମିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଓକିଲ ମୁକୁଲ ରୋହତଗୀ, ସତିଶ ମାନେସିନ୍ଦେ ଏବଂ ଅମିତ ଦେଶାଇ ଗତ ୧୯ରେ ଆବେଦନ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣୀ ହେବାପରେ ହାଇକୋର୍ଟରେ ଛୁଟି ହୋଇଥିଲା । ଏହାପରେ ମାମଲାର ଶୁଣାଣି ଲଗାତାର ତିନି ଦିନ ଧରି ଜାରିଥିଲା । ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ପକ୍ଷରୁ ଓକିଲ ଅନିଲ ସିଂହ ହାଜର ହୋଇଥିଲେ । ଅନିଲ୍‌ ସିଂହ କୋର୍ଟକୁ କହିଛନ୍ତି ଯେ ଆର୍ଯ୍ୟନ ଖାନ ଆଗରୁ ଡ୍ରଗ୍ସ ନେଉଥିଲେ । ତା’ ସହିତ ସେ ଡ୍ରଗ୍ସ ପାର୍ଟିରେ ଯିବା ସମୟରେ ଅରବାଜ ମର୍ଚ୍ଚଣ୍ଟ ମାଧ୍ୟମରେ ଡ୍ରଗ ମଗାଇଥିଲେ
ଯାହାକୁ ଏନ୍‌ସିବି ଜବତ କରିଥିଲେ । ଏହି ଦୁଇ କାର୍ଡିଲିୟା କ୍ରୁଜ ଉପରେ ଏକ କୋଠରୀରେ ରଖିବାର ଥିଲା । ଅନିଲ ସିଂହ କହିଛନ୍ତି ଯେ ହ୍ୱାର୍ଟସଅପ୍‌ ଚାଟ୍‌ରେ ଜଣାଯାଇଛି ଯେ ଏହି ଲୋକ ଅର୍ଚ୍ଚିତ ନାମ ଡ୍ରଗ ପେଡ଼ଲରରୁ ଡ୍ରଗ୍‌ ନେଉଥିଲେ । ତାଙ୍କ ଦଲିଲ ଥିଲା ଯେ ଏହି ତିନି ଜଣଙ୍କୁ ଜାମିନ ଦେବାକୁ ଏନସିବିର ଯାଞ୍ଚ ପ୍ରଭାବିତ ହୋଇପାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ପ୍ରସନ୍ନ

ଭିଜିଲାନ୍ସ ଜାଲରେ ପ୍ରସନ୍ନ

Read More...

ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ

ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page