ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା

October 27, 2021, ଓଡ଼ିଶା, , Anupambharat News Bureau


ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା
Anupambharat News Bureau
October 27, 2021


ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ନଭେମ୍ବର ୧ରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଶ୍ରେଣୀଗୃହରେ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି (ସ୍ନାତୋକତର) ପ୍ରଥମ ବର୍ଷ ପିଲାଙ୍କ ଅଫଲାଇନ୍‌ ପାଠପଢ଼ା ଶ୍ରେଣୀ ଗୃହରେ ଆରମ୍ଭ ହେବ । ଏଥିସହ କୋଭିଡ୍‌ କଟକଣା ସହ କଲେଜ ହଷ୍ଟେଲ ଗୁଡିକ ମଧ୍ୟ ଖୋଲିବ । ଏନେଇ ବୁଧବାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।
ଚିଠିରେ ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ । ଶ୍ରେଣୀ ଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ । କେହି କଲେଜ ବା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ । କାଶିବା ବା ଛିଙ୍କିବା ବେଳେ ରୁମାଲ ଆଦି ବ୍ୟବହାର କରିବାକୁ କୁହାଯାଇଛି । ତା’ସହିତ ଛାତ୍ରଛାତ୍ରୀମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ କଠୋରୀକୁ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରିବା ସହିତ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ହଷ୍ଟେଲ୍‌ ରେ ନାଁ ଲେଖାଇଛନ୍ତି, ସେମାନେ ସେଠାରେ ରହିପାରିବେ । ହଷ୍ଟେଲ୍‌ ରେ ମଧ୍ୟ ସମସ୍ତ କୋଭିଡ୍‌
କଟକଣା ଯେମିତି ପାଳନ ହୁଏ, ତାହା ସୁନିଶ୍ଚିତ କରିବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ

ନନ୍ଦନକାନନରେ ଯୁବକଙ୍କୁ କାମୁଡିଲା ଭାଲୁ

Read More...

ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page