ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

October 27, 2021, ଓଡ଼ିଶା, , Anupambharat News Bureau


ନଭେମ୍ବର ୬ରେ ସର୍ବଦଳୀୟ ବୈଠକ
Anupambharat News Bureau
October 27, 2021


ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ ନିମନ୍ତେ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ଏକ ସର୍ବଦଳୀୟ ବୈଠକ ନିମନ୍ତେ ନିର୍ବାଚନ ଆୟୋଗଙ୍କ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି
ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସମ୍ପୃକ୍ତ ରାଜନୈତିକ ଦଳଙ୍କର ସଭାପତି/ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗଦେଇପାରିବେ । କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା

ନଭେମ୍ବରରୁ ୟୁଜି, ପିଜି ଶ୍ରେଣୀରେ ପାଠପଢା

Read More...

ଅଗ୍ନି-୫ର ସଫଳ ପରୀକ୍ଷଣ

ଅଗ୍ନି-୫ର ସଫଳ ପରୀକ୍ଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page