ଅଗ୍ନି-୫ର ସଫଳ ପରୀକ୍ଷଣ

October 27, 2021, ଓଡ଼ିଶା, , Anupambharat News Bureau


ଅଗ୍ନି-୫ର ସଫଳ ପରୀକ୍ଷଣ
Anupambharat News Bureau
October 27, 2021


ଭୁବନେଶ୍ୱର ୨୭ା୧୦ (ଅନୁପମ ମିଡ଼ିଆ): ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛ । ଏପିଜେ ଅବଦୁଲ୍‌ କାଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଣ ପରୀକ୍ଷା ସଫଳ ହୋଇଛିା ଏହି ମିସାଇଲ୍‌ ପରମାଣୁ ଯୁଦ୍ଧାସ୍ତ୍ରକୁ ବହନ କରିବା ସହ ଶତ୍ରୁ ଦେଶର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏଥିରେ ଷ୍ଟେଜ୍‌ ୩ ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ ଏହା ‘ନୁ୍ୟନତମ ବିଶ୍ୱସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ସୂଚନା ଦିଆଯାଇଛି । ଭୂମିରୁ ଭୂମିକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ଆଜି ସନ୍ଧ୍ୟା ୭.୫୦ରେ ସଫଳ ପରୀକ୍ଷଣ କରାଯାଇଛି । ସଠିକତା ସହ ୫୦୦୦ କିମି ଲକ୍ଷ ଭେଦ କରିପାରୁଥିବା ଅଗ୍ନି-୫ର ରେଞ୍ଜରେ ଶତ୍ରୁ ଦେଶ ଚୀନ ଆସୁଛି । ସମଗ୍ର ଚୀନ ଅଗ୍ନି-୫ ରେଞ୍ଜରେ ଆସୁଥବା ବେଳେ ଏବେ ଶତ୍ରୁ ଦେଶର ଭୟ ଦ୍ୱିଗୁଣିତ ହେବା ନିଶ୍ଚିତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

Read More...

 ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି

ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page