ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ

October 22, 2021, ଓଡ଼ିଶା, , Anupambharat News Bureau


ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ
Anupambharat News Bureau
October 22, 2021


ଭବାନୀପାଟଣା, ୨୨ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲର ଅଧ୍ୟକ୍ଷା ମମିତା ମେହରଙ୍କୁ କେମିତି ମାରିଥିଲା ଏବଂ ପ୍ରମାଣ ନଷ୍ଟ ପାଇଁ କିଭଳି ଯୋଜନା କରିଥିଲା ସେ ସବୁ ଗୋଟି ଗୋଟି କରି ପୋଲିସକୁ ବର୍ଣ୍ଣନା କରିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ଅନ୍ୟପକ୍ଷେ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ । ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେର ଘରେ ଚଢ଼ାଉ ସମୟରେ ଏକ ବ୍ୟାଗ୍‌ ମିଳିିଥିଲା ।ସେହି ବ୍ୟାଗ୍‌ ଖୋଲିଲା ପରେ ସେଥିରୁ ଏକ ମୋବାଇଲ ଫୋନ, ୩ଟି ଲେଡିଜ ଡ୍ରେସ, ମେଡ଼ିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଛି ପୋଲିସ । ତେବେ ରାଧେଶ୍ୟାମ ଚଣ୍ଡୀକୁ ଆଜି ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜରେ ପରେ ଜାମିନ ନାମାଞ୍ଜୁର ପରେ ଜେଲ୍‌ ଯାଇଥିବା ଜଣାପଡ଼ିଛି । ମୋ ସ୍ୱାମୀ ନିର୍ଦ୍ଦୋଷ ତାଙ୍କୁ ଫସାଇ ଦିଅଯାଇଛି । ମମିତା ହତ୍ୟାକାଣ୍ଡରେ ସ୍ୱାମୀର ହାତ ନାହିଁ । ଗୋବିନ୍ଦ ସାହୁ ପାଖରେ କିଛି ମାସ ହେଲା କାମ କରୁଥିଲେ ବୋଲି ତାଙ୍କ ପତ୍ନୀ କହିଛି ।
ପୋଲିସ ଶୁକ୍ରବାର ଭୋରରୁ ଅପରାଧ ସ୍ଥଳକୁ ଗୋବିନ୍ଦକୁ ନେଇ ପୂରା କ୍ରାଇମସିନକୁ ରିକ୍ରିଏସନ୍‌ କରାଇଛି । ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ ଅପରାଧ କିପରି ଘଟାଇଲା ତାର ହୃଦୟବିଦାରକ କଥା ବଖାଣିଥିଲା । ପ୍ରାୟ ୧୫ ମିନିଟ୍‌ ଧରି ପୋଲିସକୁ ହତ୍ୟା ସମ୍ପର୍କରେ ଟିକିନିଖି କଥା ହାତ ହଲେଇ ହଲେଇ କହି ଚାଲିଥିଲା । ଘଟଣା ଦିନ ଯେଭଳି ମଧ୍ୟ ମମିତାଙ୍କୁ ମାରିବାକୁ ଯୋଜନା କରିଥିଲା ଗୋବିନ୍ଦ । ଏହାପରେ ଯୋଜନା ମୁତାବକ ଚାନ୍ଦୋତାରା ଛକରୁ ମମତାଙ୍କୁ ଗାଡି ବସାଇ ଆଣିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଗୋବିନ୍ଦ ଆଉ ଗାଡି ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଗୋଟିଏ ଦିନ ପୂର୍ବରୁ ଷ୍ଟାଡିୟମ ଭିତରେ ଖୋଳା ଯାଇଥିବା ଗାତରେ କାଠ ରଖାଯାଇଥିଲାା ମମିତାଙ୍କୁ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଖଣ୍ଡ ବିଖଣ୍ଡିତ ମୃତଶରୀର ଉପରେ ଟାୟାର, ଭଙ୍ଗା ଡେସ୍କ, ବେଞ୍ଚ ପକାଇ ପୋଡି ଦେଇଥିଲା । ଏଥିସହ ମମିତା ବ୍ୟବହାର କରୁଥିବା ମୋବାଇଲ ଓ ତାଙ୍କ ବ୍ୟାଗକୁ ବି ନିଆଁକୁ ଫିଙ୍ଗି ଦେଇଥିଲା ଗୋବିନ୍ଦ ପ୍ରକାଶ କରିଥିଲା । ଏହାପରେ ପୋଲିସ ତାକୁ ପୁଣି ନିଜ ହେପାଜତକୁ ନେଇଯାଇଥିଲା । ପୂର୍ବରୁ ଘଟଣା ସ୍ଥଳକୁ ଗୋବିନ୍ଦକୁ ନିଆଯିବ ବୋଲି ପୋଲିସ କହିଥିଲା । ତେବେ ଆଜି ଭୋରରୁ ଅଣାଯିବା ବୋଲି କାହା ପାଖରେ ସୂଚନା ନଥିଲା । ତେବେ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମଙ୍କ ଘରୁ ମିଳିଥିବା ବ୍ୟାଗରେ ଥିବା ମୋବାଇଲ ମମିତାଙ୍କ ହୋଇଥିବ ତାହେଲେ ପୋଲିସର ତଦନ୍ତକୁ ଏହା ସୁହାଇବ । ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ପୋଲିସ ହେପାଜତରୁ ଫେରାର ପରେ କୁଆଡ଼େ କଲେଜ ଆସି ସିସିଟିଭି ଫୁଟେଜ ଡିଲିଟ କରିଥିବା କୁହାଯାଉଛି । ସେହିଭଳି ଆଉ ଏକ ବଡ କଥା ହେଉଛି, ଗୋବିନ୍ଦ ସାହୁର କଲ ରେକର୍ଡ ଯାଞ୍ଚ ବେଳେ
ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ମମିତାଙ୍କୁ ହତ୍ୟା ପରେ ଦୁଇ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ ଗୋବିନ୍ଦ । ସେମାନଙ୍କ ସହ ୨ମିନଟ୍‌ରୁ ଅଧିକ ସମୟ କଥା ହୋଇଥିବା ସୂଚନା ମିଳିଛି । ଏପରିକି ଗୋବିନ୍ଦ ରାଜ୍ୟ ଛାଡ଼ିବାକୁ ମଧ୍ୟ ଯୋଜନା କରୁଥିବା କୁହାଯାଇଛି । ଏଥିସକାଶେ ସେ ଟଙ୍କା ଯୋଗାଡ଼ ମଧ୍ୟ କରୁଥିଲା । ତେବେ ସେ ଫେରାର ହେବା ପୂର୍ବରୁ ଘଟଣା ଲୋକଲୋଚନକୁ ଆସିଯିବା ଏବଂ ପୋଲିସର ତନାଘନା ଜୋରଦାର ହେବାରୁ ଧରାପଡ଼ି ଯାଇଥିଲା ଅଭିଯୁକ୍ତ ଗୋବିନ୍ଦ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଞ୍ଜେଇ ଚାଲାଣକାରୀଙ୍କ ଘରେ ଚଢ଼ାଉ : ମିଳିଲା ୭୫ ଲକ୍ଷ ଟଙ୍କା,  ଆଠ କେଜି ସୁନା

ଗଞ୍ଜେଇ ଚାଲାଣକାରୀଙ୍କ ଘରେ ଚଢ଼ାଉ : ମିଳିଲା ୭୫ ଲକ୍ଷ ଟଙ୍କା, ଆଠ କେଜି ସୁନା

Read More...

ବିନା ଛୁଞ୍ଚିରେ  ଶିଶୁଙ୍କୁ ଦିଆଯିବ ଟିକା

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page