ଗଞ୍ଜେଇ ଚାଲାଣକାରୀଙ୍କ ଘରେ ଚଢ଼ାଉ : ମିଳିଲା ୭୫ ଲକ୍ଷ ଟଙ୍କା, ଆଠ କେଜି ସୁନା

October 22, 2021, ଓଡ଼ିଶା, , Anupambharat News Bureau


 ଗଞ୍ଜେଇ ଚାଲାଣକାରୀଙ୍କ ଘରେ ଚଢ଼ାଉ : ମିଳିଲା ୭୫ ଲକ୍ଷ ଟଙ୍କା,  ଆଠ କେଜି ସୁନା
Anupambharat News Bureau
October 22, 2021


ଖଲ୍ଲିକୋଟ,୨୨ା୧୦(ଅନୁପମ ମିଡ଼ିଆ): ଗଞ୍ଜେଇ ଚାଲାଣକାରୀ ଘରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ, ଅଫିମ ସହ ନଗଦ ଟଙ୍କା ଓ ସୁନା ଗହଣା । ନିଶା ସାମଗ୍ରୀ କାରବାର କରୁଥିବା ବ୍ୟକ୍ତିଙ୍କ ଘରୁ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଜବତ ହେବା ଖଲ୍ଲିକୋଟ ଥାନାରେ ପ୍ରଥମ ଘଟଣା । ଏ ସମ୍ପର୍କରେ ଗଞ୍ଜାମ ଏସ୍‌ପିି ବ୍ରିଜେଶ କୁମାର ରଏ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ପ୍ରେସମିଟରେ ଉପସ୍ଥିତ ରହି ବିସ୍ତୁତ ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ବଡଦାଣ୍ଡ ସାହିର ରଜନୀକାନ୍ତ ପଟ୍ଟନାୟକ ନିଜ ସ୍କୁଟିରେ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା କରୁଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଭେଜିପୁଟ ଫାଣ୍ଡି ମନୋଜ କୁମାର ପ୍ରଧାନ ପାଇଥିଲେ । ଫାଣ୍ଡି ଅଧିକାରୀଙ୍କ ସୂଚନାକୁ ଭିତ୍ତି କରି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳ ବଳେ ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକଙ୍କ ଖୋଜାପଲ୍ଲୀ ଘରେ ଚଢ଼ାଉ କରିଥିଲେ । ତେବେ ଚଢ଼ାଉ ବେଳେ ପୋଲିସ ଘରେ ପୁଳା ପୁଳା ଟଙ୍କା ଓ ସୁନା ଦେଖି ତାଜୁବ ହୋଇ ଯାଇଥିଲା । ଅଭିଯୁକ୍ତଙ୍କ ଘରୁ ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ଓଜନର ସୁନା ଗହଣା ଜବତ ହୋଇଥିଲା । ଏହି ଚଢ଼ାଉ ବେଳେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାଶ ଏକଜୁକୁ୍ୟଟିଭ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଅଭିଯୁକ୍ତ ରଜନୀକାନ୍ତ କନ୍ଧମାଳରୁ ବେଆଇନ ଭାବେ ଚୋରାରେ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଘର ଭିତରେ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା କାହିଁକି ଗଚ୍ଛିତ ରଖିଥିଲା ଓ କେଉଁଠୁ ଆଣିଲା ତାହାର ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି । ପୂର୍ବରୁ ଅଭିଯୁକ୍ତ ନାମରେ ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି ।
ରଜନୀକାନ୍ତର କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ଏବଂ ସେଥିରେ କେତେ ଟଙ୍କା ରହିଛି ତାହାର ମଧ୍ୟ ଖୋଳତାଡ଼ କରୁଛି ପୋଲିସ । ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ବ୍ରିଜେଶ କୁମାର ରଏ ଏହି ଅବସରରେ କହିଛନ୍ତି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୫/୨୦୨୧ ଦଫା ୧୮ ବି,୨୦ ବି,୨୫,୨୯ ଏନ ଡି ପି ଏସ ଆକଫ୧୯୮୫ ଅନୁସାରେ ମାମଲା ରୁଜ୍ଜୁ ସହ ଅଭିଯୁକ୍ତ ରଜନୀକାନ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲ୍‌ଥ କାର୍ଡ ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ:ନବୀନ

ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲ୍‌ଥ କାର୍ଡ ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ:ନବୀନ

Read More...

ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ

ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page