ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା

October 22, 2021, ଓଡ଼ିଶା, , Anupambharat News Bureau


ବିନା ଛୁଞ୍ଚିରେ  ଶିଶୁଙ୍କୁ ଦିଆଯିବ ଟିକା
Anupambharat News Bureau
October 22, 2021


ଭୁୁବନେଶ୍ୱର, ୨୨ା୧୦(ଅନୁପମ ମିଡ଼ିଆ): ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି । ଡିସିଜିଆଇ ଦ୍ୱାରା ଅନୁମୋଦିତ ପରେ ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଟିକା ଦିଆଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାଛଡ଼ା କୋଭାକ୍ସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍‌ ଦିଆଯିବ । ସେ ଆହୁରି କହିଛନ୍ତି ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ । ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ । ନିର୍ଦ୍ଦେଶ ଆସିବା ମାତ୍ରେ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ । ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ । ତାହା ଅନୁସାରେ ଆମେ ଟିକାକରଣ କରାଇବୁ ।
ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ଏଥିମଧ୍ୟରୁ ଏଯାବତ୍‌ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍‌ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି । ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟିକା ମହଜୁଦ ଅଛି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୭୫୨୩ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୪୨୨ ହୋଇଛି । ଆଜି ଚିହ୍ନଟ ହୋଇଥିବା ୪୬୭ ଜଣଙ୍କ ମଧ୍ୟରୁ ୨୭୨ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୯୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ

ମମିତା ହତ୍ୟା ମାମଲା : ହତ୍ୟାର ଡେମୋ ଦେଖାଇଲା ଗୋବିନ୍ଦ

Read More...

ନିର୍ବାଚନ କମିଶନରଙ୍କ ଭିଡ଼ିଓ କନ୍‌ଫରେନ୍ସିଂ : ୨୬ ସୁଦ୍ଧା ତାଲିକା ପଠାଇବାକୁ ନିର୍ଦ୍ଦେଶ

ନିର୍ବାଚନ କମିଶନରଙ୍କ ଭିଡ଼ିଓ କନ୍‌ଫରେନ୍ସିଂ : ୨୬ ସୁଦ୍ଧା ତାଲିକା ପଠାଇବାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page