ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

August 31, 2021, ଓଡ଼ିଶା, , Anupambharat News Bureau


ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌
Anupambharat News Bureau
August 31, 2021


ଭୁବନେଶ୍ୱର, ୩୧ା୮(ଅନୁପମ ମିଡ଼ିଆ): ସେପେଫମ୍ବରରୁ କୌଣସି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ରହିବନାହିଁ । ଏଥିସହ ରାତ୍ରୀକାଳୀନ କର୍ଫୁ୍ୟକୁ ମଧ୍ୟ କୋହଳ କରାଯାଇଛି । କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍‌ କର୍ଫୁ୍ୟ ବଳବତ୍ତର ରହିବ । ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର , ଅଫିସ୍‌ ଇତ୍ୟାଦି ଖୋଲିପାରିବ । ସେପେଫମ୍ବର ମାସର ଗାଇଡଲାଇନ ନେଇ ମଙ୍ଗଳବାର ଅପରାହ୍ନରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଫଳରେ ଦୀର୍ଘ ଚାରି ମାସ ପରେ ପୁରା ଓଡ଼ିଶା ଖୋଲିଛି ।ଅନ୍ୟପକ୍ଷେ ନୂଆ ଗାଇଡଲାଇନରେ ବିବାହ , ବ୍ରତ ଓ ଅନ୍ତ୍ୟେଷ୍ଟି ଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୨୫୦ ଅତିଥି ଯୋଗ ଦେଇପାରିବେ ।ଏହା ବ୍ୟତୀତ ବିବାହରେ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ମିଳିବ । ତେବେ ବିବାହ ଶୋଭାଯାତ୍ରାରେ କେବଳ ୫୦ ଜଣ ସାମିଲ ହୋଇପାରିବେ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା କରିପାରିବେ । ଏହି ଶୋଭାଯାତ୍ରା ସମୟରେ ବର, ସାଙ୍ଗସାଥି, ସମ୍ପର୍କୀୟ, ବ୍ୟାଣ୍ଡପାର୍ଟି ସଦସ୍ୟଙ୍କୁ ମିଶାଇ ୫୦ ଜଣ ହିଁ ଯୋଗ ଦେଇପାରିବେ ।
ଶତ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ ମଲ ଓ ସିନେମା ହଲ । ହଲରେ ଯେତିକି ସିଟ ଥିବ ସେତିକି ଦର୍ଶକ ଯାଇପାରିବେ । ହଲରେ କୋଭିଡ କଟକଣା ଦାୟିତ୍ୱ ହଲ ପରିଚାଳନା ବୁଝିବେ । ସମସ୍ତ ମୁ୍ୟଜିୟମ, ପାଠାଗାର କୋଭିଡ୍‌ ନିୟମ ମାନି ଖୋଲିପାରିବ । ରାତ୍ରୀକାଳିନ କର୍ଫୁ୍ୟ ବେଳେ ଜରୁରୀ ସେବା ଜାରି ରହିବ । ରାତ୍ରୀକାଳିନ କର୍ଫୁ୍ୟ ସମୟରେ ସାଧାରଣ ଚଳପ୍ରଚଳ ହେବ ନାହିଁ । ଷ୍ଟେସନ ଓ ଏୟାରପୋର୍ଟକୁୁ ଟିକେଟ୍‌ ଦେଖାଇ ଯାତ୍ରୀ ଯାଇପାରିବେ । ଏହି ସମୟରେ ଓଲା, ଉବେର, ଖାଦ୍ୟର ହୋମ୍‌ ଡେଲିଭରି ହୋଇପାରିବ ।
ତେବେ ମେଳା, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ । ସବୁପ୍ରକାରର ସାମାଜିକ,
ରାଜନୈତିକ, ଧାର୍ମିକ ସମାବେଶ ଉପରେ ବାରଣ ବଜାୟ ରହିବ ।
ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ । ସ୍ଥଳବିଶେଷରେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ, ପୋଲିସ କମିଶନର ମଧ୍ୟ ନିଜ କ୍ଷମତା ଉପଯୋଗ କରି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ଏସଆରସି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ

ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ

Read More...

ଆଜିଠୁ ବିଧାନସଭା

ଆଜିଠୁ ବିଧାନସଭା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page