ଆଜିଠୁ ବିଧାନସଭା

August 31, 2021, ଓଡ଼ିଶା, , Anupambharat News Bureau


ଆଜିଠୁ ବିଧାନସଭା
Anupambharat News Bureau
August 31, 2021


ଭୁବନେଶ୍ୱର, ୩୧ା୮(ଅନୁପମ ମିଡ଼ିଆ): କୋଭିଡ୍‌ କଟକଣା ମଧ୍ୟରେ ଆସନ୍ତାକାଲି (ବୁୁଧବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ କାଳୀନ ଅଧିବେଶନ । ବିଧାନସଭା ପୂର୍ବରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଛି । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛନ୍ତି । ସେହିପରି ବିରୋଧୀଙ୍କ ସବୁ ପ୍ରଶ୍ନର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶାସକ ଦଳ କହିଛି । ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସି /ଏସ୍‌ଇବିସି ସଂରକ୍ଷଣ, ପଶ୍ଚିମ ଓଡିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦୁ୍ୟତ ଶୁÂ ବୋଝ ଆଦି କୁ ପ୍ରସଙ୍ଗ କରିବେ କଂଗ୍ରେସ ଓ ବିଜେପି । ସେହିପରି ବିରୋଧୀ ଯେଉଁ ଯେଉଁ ପ୍ରସଙ୍ଗ ଆଣିବେ ଆମେ ମୁକାବିଲା କରିବାକୁ ପ୍ରସ୍ତୁତ । ଆମ ପାଖରେ ମଧ୍ୟ କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଅଛି, ଆମେ ମଧ୍ୟ ଗୃହରେ ଉପସ୍ଥାପନା କରିବୁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଗୁରୁଜୀ ମାନସ ଦାସଙ୍କ ମାନବବାଦ ସଂଗଠନ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି ଆଇନ ତା ବାଟରେ ଯାଉଛି, ପୋଲିସ ତା କାମ କରୁଛି, ସରକାର ଚୁପ ବସି ନାହାନ୍ତି । ବିଧାନସଭାରେ ପ୍ରସଙ୍ଗ ଉଠିଲେ ଆମେ ଜବାବ ଦବୁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଗୃହରେ ରୁରାଲ ହାଉସିଂ ଏବଂ ଏମସପି ପ୍ରସଙ୍ଗ ଉଠାଇବ ବିଜେଡି । ଧାନର ସ୍ୱର୍ନିମ୍ନ ସହାୟକ ମୂଲ୍ୟକୁ ନେଇ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା ପାଇଁ ଗୃହରେ ଦାବି କରିବୁ । ୧୨ଟି ବିଲ ଚଳିତ ବିଧାନସଭାରେ ଆସିବ । ଗୃହ ଚାଲୁଥିବା ସମୟରେ ଆହୁରି ବିଲ୍‌ ମଧ୍ୟ ଆସିବାର ସମ୍ଭାବନା ରହିଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ସେପେଫମ୍ୱର ୧ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସେଥିମଧ୍ୟରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ । ସେପେଫମ୍ବର ୩ତାରିଖକୁ ପ୍ରାଇଭେଟ୍‌ ମେମ୍ବର୍ସ
ବିଜିନେସ୍‌ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି । ୫ତାରିଖ ରବିବାର ଛୁଟି ରହିବ । ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ସାଢ଼େ ୧୦ରୁ ଅପରାହ୍ନ ସାଢ଼େ ଗୋଟାଏ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ । ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ ଏବଂ ସେଥିପାଇଁ ୯୦ ମିନିଟ୍‌ ସମୟସୀମା ନିର୍ଦ୍ଧାରିତ କରାଯାଇଛି ।
କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

Read More...

ସମ୍ଭାବ୍ୟ ମରୁଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସାତ ଦିନରେ ସବୁ ଉଠା ଜଳସେଚନ କାର୍ଯ୍ୟକ୍ଷମ ନିର୍ଦ୍ଦେଶ

ସମ୍ଭାବ୍ୟ ମରୁଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସାତ ଦିନରେ ସବୁ ଉଠା ଜଳସେଚନ କାର୍ଯ୍ୟକ୍ଷମ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page