ଅଫଲାଇନ ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩, ୧୪୧ ପିଲା ଫେଲ

August 24, 2021, ଓଡ଼ିଶା, , Anupambharat News Bureau


ଅଫଲାଇନ  ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩,  ୧୪୧ ପିଲା ଫେଲ
Anupambharat News Bureau
August 24, 2021


କଟକ, ୨୪ା୮(ଅନୁପମ ମିଡ଼ିଆ): ଚଳିତ ୨୦୨୧ ବର୍ଷର ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ ପାଇବା ସତ୍ତେ୍ୱ ମାର୍କକୁ ନେଇ ବହୁ ବାଦ ବିବାଦ ପରେ ଶିକ୍ଷା ପରିଷଦ ପକ୍ଷରୁ ପୁନର୍ବାର ଅଫଲାଇନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ତେବେ ଏହି ପରୀକ୍ଷାରେ ପାସ୍‌ ହାର ୮୦.୮୩ ପ୍ରତିଶତ ରହିଛି । ପ୍ରକାଶିତ ପରୀକ୍ଷା ଫଳରୁ ଜଣାଯାଇଛି ଯେ, ଅପଲାଇନ ପରୀକ୍ଷା ପାଇଁ ୬ ହଜାର ୬୨୦ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୧୪୬ ଜଣଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା ବେଳେ ୧୦୮୬ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷାରେ ୧୪ ଜଣଙ୍କୁ ମାଲ ପ୍ରାକଫିସରେ ଅନ୍ତର୍ଭୁକ୍ତ କରାଯାଇଥିଲା ଓ ଅବଶିଷ୍ଟ ୫୨୩୩ ଜଣ ପିଲା ପାସ୍‌ କରିଛନ୍ତି ଏବଂ ୧୪୧ ଜଣ ଫେଲ ହୋଇଛନ୍ତି । ଏ-୧ରେ ଗ୍ରେଡରେ ୪୨, ଏ-୨ରେ ୨୫୫, ବି-୧ରେ ୩୪୮, ବି-୨ରେ ୪୫୮, ସି-ରେ ୫୯୯, ଡି-ରେ ୮୪୬ ଜଣ ଓ ଇ-ରେ ୨୬୮୫ ଜଣ ରହିଛନ୍ତି । ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଫଲାଇନ ପରୀକ୍ଷା ପାଇଁ ୮ ହଜାର ୪୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୧ ହଜାର ୭୮୩ ଜଣ କୌଣସି କାରଣ ବଶତଃ ପରୀକ୍ଷା ଦେଇନଥିବା ବେଳେ ୫୨ ଜଣ ଛାତ୍ରଛାତ୍ରୀ ୫ଟି ବିଷୟର ପରୀକ୍ଷା ଦେଇନଥିଲେ । ଅଫଲାଇନ ପରୀକ୍ଷାକୁ ତର୍ଜମା କରି ବୋର୍ଡ କର୍ତ୍ତୃପକ୍ଷ ୧୯ ଜଣ ପରୀକ୍ଷାର୍ଥୀଙ୍କ ରେଜଲଫକୁ ମାଲ ପ୍ରାକଫିସରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଉତ୍ତୀର୍ଣ୍ଣ ହୋଇଥିବା ୬ ହଜାର ୩୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗ୍ରେଡ ଏରେ ଜଣେ ହେଲେବି ନଥିଲା ବେଳେ ଏ-୨ରେ ୧୭ ଜଣ, ବି-୧ରେ ୧୯୪, ବି-୨ରେ ୩୪୭, ସି-ରେ ୮୧୬, ଡି-ରେ ୧୪୨୫, ଇ-ରେ ୩୫୧୦ ଓ ଏଫ-ରେ ୩୨୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ୍‌ ହାର ୭୪.୩ ପ୍ରତିଶତ ରହିଥିବାର ଆଜି ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ ଅଫ୍‌ ଲାଇନ୍‌ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ ଥିଲେ ରି-ଚେକିଂ ପାଇଁ ଛାତ୍ରଛାତ୍ରୀ ପୁଣି ଥରେ ଆବେଦନ କରିପାରିବେ । ଆସନ୍ତା ସେପଫେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଯଶୋଧାରା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Read More...

 ଉଦ୍ଧବଙ୍କୁ ଚାପୁଡ଼ା ମନ୍ତବ୍ୟ ମହଙ୍ଗା ପଡ଼ିଲା : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ

ଉଦ୍ଧବଙ୍କୁ ଚାପୁଡ଼ା ମନ୍ତବ୍ୟ ମହଙ୍ଗା ପଡ଼ିଲା : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page