ଉଦ୍ଧବଙ୍କୁ ଚାପୁଡ଼ା ମନ୍ତବ୍ୟ ମହଙ୍ଗା ପଡ଼ିଲା : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ

August 24, 2021, ଦେଶ, , Anupambharat News Bureau


 ଉଦ୍ଧବଙ୍କୁ ଚାପୁଡ଼ା ମନ୍ତବ୍ୟ ମହଙ୍ଗା ପଡ଼ିଲା : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ
Anupambharat News Bureau
August 24, 2021


ମୁମ୍ବାଇ,୨୪ା୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ମହାରାଷ୍ଟ୍ର ପୋଲିସ ଗିରଫ କରିଛି । ରାଣେଙ୍କୁ ରତ୍ନାଗିରିର ଗଡ଼ବଲି ଗ୍ରାମରୁ ନାସିକ ଏବଂ ରତ୍ନାଗିରି ପୋଲିସ ଗିରଫ ପରେ ତାଙ୍କୁ ସଙ୍ଗମେଶ୍ୱର ପୋଲିସ ଷ୍ଟେସନକୁ ନେଇଥିଲା । ଏହାପରେ ରାଣେଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଇଥିଲା ପୋଲିସ ।
ଏହାପୂର୍ବରୁ ବମ୍ବେ ହାଇକୋର୍ଟ ଏଫଆଇଆର ବନ୍ଦ କରିବାକୁ ରାଣେଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣିକୁ କୋର୍ଟ ମନା କରିବା ପରବର୍ତ୍ତୀ ପୋଲିସ ରାଣେଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ରାଣେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ବିଜେପି ପକ୍ଷରୁ ଜାରି ଏକ ଭିଡ଼ିଓରେ କୁହାଯାଇଛି । ପ୍ରକାଶଥାଉକି ଗତ ଜୁଲାଇରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରାଣେଙ୍କୁ ସାମିଲ କରାଯାଇ ତାଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ବିଭାଗ ଦିଆଯାଇଥିଲା । ତେବେ ଦୀର୍ଘ ୨୦ ବର୍ଷ ପରେ କୌଣସି କେନ୍ଦ୍ର ମନ୍ତ୍ରୀ ପ୍ରଥମ ଥର ପାଇଁ ଗିରଫ ହୋଇଛନ୍ତି । ତେବେ ଏହି ଘଟଣା ପରେ ବିଜେପି ଏବଂ ଶିବସେନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା ମୁତାବକ ସୋମବାର ରାୟଗଡ ଜିଲ୍ଲାର ଏକ ଜନ ଆଶୀର୍ବାଦ ଯାତ୍ରା ସମୟରେ କେନ୍ଦ୍ର ମନ୍ତ୍ରୀ ରାଣେ କହିଥିଲେ ଯେ ସ୍ୱଧୀନତାର କେତେ ବର୍ଷ ବିତିଯାଇଛି ତାହା ମୁଖ୍ୟମନ୍ତ୍ରୀ ଜାଣି ନ ଥିବାରୁ ଏହା ଲଜ୍ଜାଜନକ ବିଷୟ । ଭାଷଣ ସମୟରେ ସେ ପଛକୁ ଚାହିଁ ଏ ବିଷୟରେ ପଚାରିଥିବାର ନଜର ଆସିଥିଲେ । ମୁଁ ଯଦି ସେଠାରେ ଥା’ନ୍ତି, ମୁଁ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥାନ୍ତି ବୋଲି ରାଣେ କହିଥିଲେ । ରାଣେ ଦାବି କରିଥିଲେ ଯେ ଅଗଷ୍ଟ ୧୫ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଠାକରେ ସ୍ୱାଧୀନତାକୁ କେତେ ବର୍ଷ ବିତିଗଲାଣି ତାହା ଭୁଲି ଯାଇଥିଲେ । ରାଣେ କହିଥିଲେ ଯେ ଭାଷଣ ମଝିରେ ସେ(ଉଦ୍ଧବ) ନିଜ ସହକର୍ମୀଙ୍କୁ ସ୍ୱାଧୀନତା ଦିବସକୁ କେତେ ବର୍ଷ ବିତିଲାଣି ବୋଲି ପଚାରିଥିଲେ । ଏହି ଘଟଣାକୁ ନେଇ ଶିବସେନା ପକ୍ଷରୁ ନାଶିକ, ପୁଣେ ଏବଂ ମହାଡ଼ରେ ରାଣେଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଉଦ୍ଧବ ମଧ୍ୟ ଏନେଇ ଏକ ଏତଲା ରୁଜୁ କରିଥିଲେ । ଘଟଣାକୁ ନେଇ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ଶିବସେନା କର୍ମୀ ବିଭିନ୍ନ ସ୍ଳୋଗାନମାନେ ଦେଇ ରାଣେଙ୍କ ଘର ଆଡ଼କୁ ଆସିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏପରିକି ଶିବସେନା କର୍ମୀମାନେ ବିଜେପି କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି । ରାଣେଙ୍କ ବିରୋଧରେ ଆଇପିସିର ଧାରା ୫୦୦, ୫୦୫ (୨), ୧୫୩ (ବି) (୧) ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ମହାରାଷ୍ଟ୍ର ପୋଲିସର ତାଲିବାନ ଶାସନ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଫଡନାଭିସ କହିଛନ୍ତି । ତେବେ ରାଣେ ଦେଇଥିବା ମନ୍ତବ୍ୟକୁ ଫଡନାଭିସ ନାପସନ୍ଦ କରିଛନ୍ତି । ସେହିପରି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ଗିରଫ କରାଯିବା ଘଟଣାକୁ ବିଜେପି ରାଷ୍ଟ୍ରୀୟ ସଭାପତିି ଜେପି ନzା ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଅନ୍ୟପକ୍ଷେ ରାଣେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ବୋଲି ଶିବସେନା ସାଂସଦ ବିନାୟକ ରାଉତ ଦାବି କରିଛନ୍ତି । ବିଜେବି ନେତୃବୃନ୍ଦଙ୍କୁ ଖୁସି କରାଇବା ଲାଗି ରାଣେ ଗତ କିଛି ଦିନ ହେଲା ଶିବସେନା ଏବଂ ଦଳୀୟ ନେତାଙ୍କ ବିରୋଧରେ ଟିପଣୀ ଦେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।
ପ୍ରକାଶଥାଉକି ୬୯ ବର୍ଷୀୟ ରାଣେ ପୂର୍ବରୁ ଶିବସେନାରୁ ହିଁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଠାକରେ ପରିବାର ସହ ମତାନ୍ତର ପରେ ସେ କିଛି ବର୍ଷ କଂଗ୍ରେସରେ ରହିବା ପରେ ଗତ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଫଲାଇନ  ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩,  ୧୪୧ ପିଲା ଫେଲ

ଅଫଲାଇନ ମାଟ୍ରିକ୍‌ ପରୀକ୍ଷା ଫଳ : ପାସ୍‌ ହାର ୮୦.୮୩, ୧୪୧ ପିଲା ଫେଲ

Read More...

ଆଉ ୧୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ  : ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି:ନବୀନ

ଆଉ ୧୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ : ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି:ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page