ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌, ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା

August 18, 2021, ଓଡ଼ିଶା, , Anupambharat News Bureau


ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌,  ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା
Anupambharat News Bureau
August 18, 2021


ବ୍ରହ୍ମପୁର,୧୮ା୮(ଅନୁପମ ମିଡ଼ିଆ): ବ୍ରହ୍ମପୁର ସହରରେ ବୁଧବାର ଦିବାଲୋକରେ ଏଟିଏମରେ ଟଙ୍କା ଭରିବାକୁ ନିୟୋଜିତ ଗାଡିକୁ ଅପହରଣ କରି ସେଥିରେ ଥିବା ୨୪ ଲକ୍ଷ ଲୁଟ୍‌ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ସହରର ଅନ୍ୟତମ ଜନଗହଳି ଅଞ୍ଚଳରୁ ଏହି ଗାଡ଼ିକୁ ଅପହରଣ ହେବା ଏବଂ ପରବର୍ତ୍ତୀ ଅବସ୍ଥାରେ ଗିରିସୋଲାରୁ ଏହାକୁ ଠାବ୍‌ କରାଯିବା ସହ ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର ଘଟଣାରେ ସଂସ୍ଥାର କର୍ମଚାରୀ ସମ୍ପୃକ୍ତକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଉଦ୍ଧାର ଡ୍ରାଇଭରକୁ ପୋଲିସ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଏନେଇ ତନାଘନା ଜାରି ରଖିଛି ।
ମିଳିଥିବା ସୂଚନାନୁଯାୟୀ ଆଜି ଦିନ ୧୧.୪୦ ମିନିଟ୍‌ରେ ବ୍ରହ୍ମପୁର ଧର୍ମନଗର ସ୍ଥିତ ଏକ୍ସିସ୍‌ ବ୍ୟାଙ୍କରୁ ଏଟିଏମ୍‌ରେ ଭର୍ତ୍ତି ପାଇଁ ଆଉଟ ସୋର୍ସିଂ ସଂସ୍ଥା ଏଜିଏସର ଗାଡ଼ି ନଂ(ଓଡ଼ି୦୨ ବିଡ଼ି ୮୮୧୬) ୨୬ ଲକ୍ଷ ଟଙ୍କା ନେଇ ବାହାରିଥିଲା । ସେଠାରୁ ଗାଡ଼ିଟି ଅନ୍ୟ ତିନି ଜଣ କର୍ମଚାରୀ ସହ ଆସିକା ରୋଡ଼ ସ୍ଥିତ ଏକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌କୁ ଯାଇଥିଲା । ଏହାପରେ ଗାଡ଼ିରୁ ତିନି ଜଣ କର୍ମଚାରୀ ୨ଲକ୍ଷ ଟଙ୍କା ନେଇ ଏଟିଏମ୍‌ ଭିତରକୁ ଯାଇ ଟଙ୍କା ଭର୍ତ୍ତି କରିଥିଲେ । ପରେ ସେମାନେ ଫେରିବା ବେଳେ ସେଠାରେ ଗାଡ଼ି ଏବଂ ଡ୍ରାଇଭରକୁ ପାଇନଥିଲେ । କିଛି ସମୟ ଏପଟେ ସେପେଟ ଖୋଜା ଖୋଜି ପରେ କର୍ମଚାରୀ ମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଅପରାହ୍ନ ବେଳେ ଗାଡ଼ିଟି ଗିରିସୋଲା ନିକଟରେ ଥିବା ପୋଲିସକୁ ଖବର ମିଳିଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚିଲା ବେଳକୁ ଗାଡ଼ି ଭିତରେ ଡ୍ରାଇଭର ଆଶିଷ ଦିଗାଲ୍‌ ଅଚେତ୍‌ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଗାଡ଼ିରେ ଥିବା ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ଅଚେତ୍‌ ଡ୍ରାଇଭର୍‌କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇଥିଲା । ତେବେ ଆସିକା ରୋଡ଼ରୁ ଗିରିସୋଲା ଯିବା ପର୍ଯ୍ୟନ୍ତ ଡ୍ରାଇଭର ଗାଡ଼ି ଚଳାଉଥିଲେ ନା ଅନ୍ୟ
କେହି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଯେହେତୁ ଏହି ରାସ୍ତା ପୁରା ଜନଗହଳି ପୂର୍ଣ୍ଣ ସହ ରାସ୍ତାରେ ବହୁ ଥାନା ଏବଂ ଠାଏଁ ଠାଏଁ ଟ୍ରାଫିକ ପୋଲିସ ମୁତୟନ ରହିଛନ୍ତି । ତେବେ କାହା ନଜରରେ ମଧ୍ୟ ଏହା ସନ୍ଦେହ ଘେରକୁ ନଆସି ସହରରୁ ଅନାୟସରେ ଗାଡ଼ିଟି ଖସି ଅନ୍ଧ୍ର ବୋର୍ଡ଼ ପୂର୍ବରୁ ଅଟକି ରହି ଅପହରଣକାରୀ ସୁରୁଖୁରୁରେ ଖସି ପଳାଇଲେ । ଘଟଣା କ୍ରମରେ ସଂସ୍ଥା କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଟାଣି ହେଉଛି । ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏନେଇ ପୁରା ଖୁଲାସ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି-ବିଜେଡ଼ି କଥା କଟାକଟି

ବିଜେପି-ବିଜେଡ଼ି କଥା କଟାକଟି

Read More...

୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି

୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page