୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି

August 17, 2021, ଓଡ଼ିଶା, , Anupambharat News Bureau


୬୩,୫୦୦ ଶିକ୍ଷକ ପାଇବେ ପଦୋନ୍ନତି
Anupambharat News Bureau
August 17, 2021


ଭୁବନେଶ୍ୱର , ୧୭ା୮ (ଅନୁପମ ମିଡିଆ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ । ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ୍‌ ଅନ୍ତର୍ଭୁକ୍ତ ହୋଇଯାଇଛି । ଏଥିରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି । ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି । ବହୁସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ‘ମୋ ସ୍କୁଲ’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ
ସ୍ମାର୍ଟ କ୍ଲାସ/ଇ-ଲାଇବ୍ରେରୀ/ଲାବୋରେଟୋରୀକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଭାବେ ଇ-କେଂଟଟ୍‌ ସମୃଦ୍ଧ କରାଯିବ । ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ସହ ମଧ୍ୟାହ୍ନ ଭୋଜନ ଏବଂ ରୋଷେଇ, ବଗିଚାର କାର୍ଯ୍ୟ ପ୍ରାୟ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଦାନ କରାଯିବ । ସମସ୍ତ ବିଦ୍ୟାଳୟ କୋଠାରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବ । ଇତି ମଧ୍ୟରେ ପ୍ରାୟ ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛି । ତେଣୁ ସବୁଠାରେ ଯୁଦ୍ଧକାଳୀନ ଭିତିରେ କାମ ଆଗେଇ ଚାଲିଛି ।
ଆଗାମୀ ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ଯେପରି ଶତପ୍ରତିଶତ ପିଲା ପାସ୍‌ ହେବେ ସେଥି ପାଇଁ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ଏକାଦଶ ଏବଂ ଦ୍ୱାଦଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ରେ ଅଛି ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପ୍ରତିପାଳନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା)
ଏଥି ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।
ଆଗାମୀ ସେପେଫମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଇବେ । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପ୍ରତିପାଳନ କରିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ନେଇ ନିୟମିତ ବୈଠକ କରାଯିବ ।
ଚଳିତ ବର୍ଷଠାରୁ ନବମ ଓ ଦଶମ ଶ୍ରେଣୀର ସାହିତ୍ୟ ବହିରେ ଛାତ୍ରଛାତ୍ରୀମାନଙ୍କର ଜାତୀୟତାବୋଧ ପାଇଁ ବନ୍ଦେ ଉକିଳ ଜନନୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି । ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ ।
ବିଭିନ୍ନ ସାମାଜିକ ବାର୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋଡିଙ୍ଗ ମାଧ୍ୟମରେ ସ୍କୁଲର ମୁଖ୍ୟ ସ୍ଥାନମାନଙ୍କରେ ଲଗାଇବେ । ଆଗାମୀ ସେପେଫମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ । ଏହାର ଯଥାର୍ଥ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ନିରନ୍ତର ଭାବରେ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ୟୁନିଟ୍‌ ଟେଷ୍ଟ କରାଯିବ । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍‌ଇଆରଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନା କାଳରେ ପରୀକ୍ଷାମୂଳକ ଭାବେ ସେମାନଙ୍କ ବାସସ୍ଥାନ ନିକଟରେ ପଢ଼ା ଯାଉଛି । ଏହା ନିତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଛି । ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବେ । ମଧ୍ୟାହ୍ନ ଭୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଚାଉଳ ଉଠାଇବେ । ଜିଲ୍ଲା ଶିକ୍ଷା ଅଧିକାରୀମାନେ କାର୍ଯ୍ୟ ଦକ୍ଷତା ଗ୍ରୋଡିଙ୍ଗ ଇନ୍‌ଡେକ୍ସ (ପିଜିଆଇ) ପରଫର୍ମାନ୍ସର ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ । ଏହାଛଡ଼ା ଭିତିଭୂମି ଏବଂ କୋଠାବାଡ଼ି ଉନ୍ନୟନରେ ଦିଆଯାଇଥିବା ଟଙ୍କା ଖୁବ୍‌ଶୀଘ୍ର ସଠିକ୍‌ ସମୟରେ ସଦୁପଯୋଗ କରିବା ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌,  ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା

ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌, ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା

Read More...

୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

୨୦ରୁ ଯୁକ୍ତ ୩ ନାମଲେଖା ଆବେଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page