ବିଜେପି-ବିଜେଡ଼ି କଥା କଟାକଟି

August 18, 2021, ଓଡ଼ିଶା, , Anupambharat News Bureau


ବିଜେପି-ବିଜେଡ଼ି କଥା କଟାକଟି
Anupambharat News Bureau
August 18, 2021


ଭୁବନେଶ୍ୱର, ୧୮ା୮(ଅନୁପମ ମିଡ଼ିଆ): ସ୍ମାର୍ଟ ହେଲ୍‌ଥ କାର୍ଡ଼ ପ୍ରସଙ୍ଗକୁ ନେଇ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ବୁଧବାର କଥା କଟାକଟି ଦେଖିବାକୁ ମିଳିଛି । ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଆଜି ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇ«ିତା ସାହୁ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଭଳି ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି, ଖୁବଶୀଘ୍ର ସାମନ୍ତସିଂହାର ଦେଖିବେ ସେମାନେ ମଧ୍ୟ ଓଡିଶାର ବିଏସକେୱାଇ ଯୋଜନାକୁ ଅନୁରୂପ ଭାବେ କପି କରିବେ । ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଥିବାବେଳେ ଓଡିଶା ବିଜେପି ଏବଂ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି ।
ପ୍ରକାଶଥାଉକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ସଠିକ୍‌ କାର୍ଯ୍ୟକାରୀ ହେବାରେ ବିଫଳ ହୋଇଛି । ନିଜ ବିଫଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାକୁ ଆଳ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ଆରମ୍ଭ କରିଦେଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଥିଲେ ।
ଏହା ହେଲ୍‌ଥ କାର୍ଡ ନୁହେଁ ବରଂ ଶାସକ ବିଜେଡିର ନିର୍ବାଚନୀ ପୁସିଙ୍ଗ କାର୍ଡ ବୋଲି ମଧ୍ୟ ଡ.ଲେଖାଶ୍ରୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଏବଂ ୨୦୮ଟି ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବା ସମୟରେ ରାଜ୍ୟ ସରକାର ଘୋଷଣା କରିଥିଲେ । ବିଧାନସଭା ତଥ୍ୟ ଅନୁଯାୟୀ କେବଳ ୧୮୩ଟି ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିବାବେଳେ ଘରୋଇ ହସ୍ପିଟାଲ ଗୁଡିକର ପାଖାପାଖି ୫୦ କୋଟି ଟଙ୍କା ବକେୟା ରଖିଥିବା କାରଣରୁ ବର୍ତ୍ତମାନ ଅନେକ ଘରୋଇ ହସ୍ପିଟାଲ ଚିକିତ୍ସା ଯୋଗାଇ ଦେବାକୁ କୁଣwାବୋଧ କରୁଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆମାନେ ଉପକୃତ ହେଉଥିବାବେଳେ, ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟବାସୀଙ୍କ ସମେତ ପ୍ରବାସୀ ଓଡିଆ ସର୍ବାଧିକ ଉପକୃତ ହୋଇପାରିବେ । କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ସୁଦ୍ଧା, ରାଜ୍ୟ ସରକାର କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଏବଂ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ

ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ

Read More...

ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌,  ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା

ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ,୨୪ ଲକ୍ଷ ଲୁଟ୍‌, ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ପୋଲିସର ତନାଘନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page