କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

May 24, 2019, ଓଡ଼ିଶା, , Anupambharat News Bureau


କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ
Anupambharat News Bureau
May 24, 2019

କେନ୍ଦ୍ରାପଡା, ୨୪ା୫ (ଅନୁପମ ମିଡ଼ିଆ) : କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି ।
କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ୧ଲକ୍ଷ ୫୨ହଜାର ୫୮୪ ଭୋଟ ବ୍ୟବଧାନରେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ୪ଲକ୍ଷ ୭୬ ହଜାର ୩୫୫ ଭୋଟ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ଏକଲକ୍ଷ ୧୩ହଜାର ୮୪୧ ଭୋଟ ପାଇଛନ୍ତି ।
କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହରୋ ୬ହଜାର ୩୨୦ ଭୋଟ ବ୍ୟବଧାନରେ କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ବେହେରା ୬୩ହଜାର ୯୬୬ ଭୋଟ ପାଇଥିବା ବେଳେ କଂଗ୍ରେସର ଶ୍ରୀ ବେହେରା ୫୭ହଜାର ୬୪୬ ଭୋଟ ଏବଂ ବିଜେପି ପ୍ରାର୍ଥୀ ସୁନାକର ବେହେରା ୨୨ହଜାର ୧୪୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ୧୮ ହଜାର ୫୦୪ ଭୋଟ ବ୍ୟବଧାନରେ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ୭୮ ହଜାର ୯୨୬ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମହାନ୍ତି ୬୦ହଜାର ୫୧୮ ଓ ବିଜେପି ପ୍ରାର୍ଥୀ ଅଲେଖ ଜେନା ୨୬ହଜାର ୬୮୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
ଆଳି ବିଧାନସଭା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ସର୍ବାଧିକ ୫୫ହଜାର ୬୦୧ ଭୋଟ ବ୍ୟବଧାନରେ କଂଗ୍ରେସର ଦେବେନ୍ଦ୍ର ଶର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ଦେବ ୯୯ହଜାର ୪୨୬ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଶର୍ମା ୪୩ହଜାର ୮୨୫ ଓ ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ୨୬ହଜାର ୩୯୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ମହାକାଳପଡା ବିଧାନସଭା କ୍ଷେତ୍ରରେ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁସବ୍ୟସାଚି ନାୟକ ୧୫ହଜାର ୬୬୩ ଭୋଟ ବ୍ୟବଧାନରେ ବିଜେପିର ବିଜୟ ପ୍ରଧାନଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି ।
ବିଜେଡି ପ୍ରାର୍ଥୀ ଶ୍ରୀ ନାୟକ ୯୩ହଜାର ୧୯୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ୭୭ହଜାର ୫୩୪ ଭୋଟ ପାଇଛନ୍ତି । କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିଭ୍ରାଂଶୁଶେଖର ଲେଙ୍କା ୮ହଜାର ୩୧୮ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

Read More...

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page