ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

May 24, 2019, ଓଡ଼ିଶା, , Anupambharat News Bureau


ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ
Anupambharat News Bureau
May 24, 2019

ପଟ୍ଟାମୁଣ୍ଡାଇ,୨୪ା୫ (ଅନୁପମ ମିଡ଼ିଆ): ରାଜ୍ୟ ରାଜନୀତିରେ ରାଜନଗର ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ରାଜନððତିକ ଜୀବନ୍ୟାସ ଦେଇଥିବା ଏହି ଆସନକୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଗତ ୨୦୧୪ ସାଧାରଣ ନିର୍ବାଚନରେ ନଳିନୀକାନ୍ତ ମହାନ୍ତିଙ୍କ ବିୟୋଗଜନିତ ସହାନୁଭୂତି ହାୱା ଓ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀତ୍ୱ ପରିବର୍ତ୍ତନକୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ଅନ୍ତଃକନ୍ଦଳ ଓ ଦଳୀୟ ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ସ୍ୱଳ୍ପ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ପରାଜିତ ହୋଇଥିଲେ । କଂଗ୍ରେସଦଳ ରାଜନଗର ଆସନକୁ ଦଖଲ କରିଥିଲା । ଚଳିତ ସାଧାରଣ ନିର୍ବାଚନରେ ରାଜନଗର ଆସନକୁ ଦଖଲ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ଯାହାଫଳରେ ଏହି ଆସନ ପାଇଁ ପୁନଃରାୟ ଧ୍ରୁବ ସାହୁଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ଆସନ ଦଖଲର ନକ୍ସାକୁ ମnୁରୀ ଦେଇଥିଲେ । ଭାରତୀୟ ଜନତା ପାର୍ଟି ମିଶନ-୧୨୦କୁ ସଫଳ କରିବା ପାଇଁ ରାଜନଗର ଆସନ ଦଖଲ ପାଇଁ ରଣନୀତି ତିଆରି କରିଥିଲେ । ଏହି ନିର୍ବାଚନରେ ବିଜେପି ପକ୍ଷରୁ ରାଜନଗର ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କୁ ପ୍ରଦାନ କରାଯାଇଥିଲା । ରାଜନଗର ଆସନରୁ ଏକାଧିକବାର ପ୍ରତିନିଧିତ୍ୱ କରିଥିବା ସ୍ୱର୍ଗତଃ ନଳିନୀକାନ୍ତ ମହାନ୍ତିଙ୍କ ପାରମ୍ପରିକ ଆସନ ହୋଇଥିବାରୁ ଏହି ଆସନକୁ ପୁନଃରାୟ ଦଖଲ କରି ନଳିନୀଙ୍କ ପ୍ରଭାବ ଓ ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତାଙ୍କର ଦାୟଦ ରାଜନଗରର ବିଧାୟକ ଅଂଶୁମାନ ମହାନ୍ତି ଜୋରଦାର ପ୍ରୟାସ କରିଥିଲେ । ଯାହାଫଳରେ ରାଜନଗର ଆସନରେ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହୋଇଥିଲା । କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବରେ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆର୍ବିଭାବ ରାଜନଗର ଆସନର ଗଣିତକୁ ଅନେକାଂଶରେ ପ୍ରଭାବିତ କରିଥିଲା । ଉଭୟ କଂଗ୍ରେସ ଓ ବିଜେପିର ମିଳିତ ଷଣ୍ଡଆସି ଆକ୍ରମଣ ସେ‰ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ନେଇ ନିର୍ବାଚନରେ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରଭାବଶାଳୀ ଯୁବନେତୃତ୍ୱ ଧ୍ରୁବ ସାହୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଉଭୟ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାତ୍ରାଧିକ ଅଗ୍ରଣୀ ଭୋଟ ହାସଲ କରି ରେକର୍ଡସଂଖ୍ୟକ ୧୯,୩୦୦ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଧ୍ରୁବଙ୍କ ଏððାତିହାସିକ ବିଜୟକୁ ନେଇ ବିରୋଧୀ ଶିବିର ସ୍ତବ୍ଧ ହୋଇଯାଇଛି । ରାଜନଗର ଆସନରେ ବିପୁଳ ବିଜୟ ପାଇଁ ଅକୁଣw ସମର୍ଥନ ଦେଇଥିବା ପଟ୍ଟାମୁଣ୍ଡାଇ ଓ ରାଜନଗରବାସୀଙ୍କୁ ନବନିର୍ବାଚିତ ବିଧାୟକ ଧ୍ରୁବ ସାହୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ପ୍ରଦାନ କରିଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

Read More...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page