ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

May 24, 2019, ଓଡ଼ିଶା, , Anupambharat News Bureau


ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ
Anupambharat News Bureau
May 24, 2019

ଭଦ୍ରକ,୨୪ା୫(ଅନୁପମ ମିଡିଆ): ଭଦ୍ରକ ଲୋକସଭା ଓ ପାଞ୍ଚଟି ବିଧାନସଭା ଆସନର ଗଣତି କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବାବେଳେ ଏହାର ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ସୂଚନା ମୁତାବକ ଭଦ୍ରକ ଲୋକସଭା ଆସନର ମୋଟ ୧୨ ଲକ୍ଷ ୨୩ ହଜାର ୭୫୪ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥିନୀ ମଂଜୁଲତା ମଣ୍ଡଳ ୫ ଲକ୍ଷ ୧୨ ହଜାର ୩୦୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅଭିମନୁ୍ୟ ସେଠୀ ୪ ଲକ୍ଷ ୮୩ ହଜାର ୫୦୨ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନ, ଜାତୀୟ କଂଗ୍ରେସର ପ୍ରାର୍ଥିନୀ ମଧୁମିତା ସେଠୀ ୨ ଲକ୍ଷ ୭ ହଜାର ୮୧୧ ଭୋଟ୍‌ ପାଇ ତୃତୀୟ ସ୍ଥାନ, ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସର ତିଳୋତ୍ତମ ଜେନା ୩ ହଜାର ୩୨୭, ବହୁଜନ ସମାଜ ପାର୍ଟିର ମୁରଲୀଧର ଜେନା ୪ ହଜାର ୭୦୮, ସୋସିଆଲିଷ୍ଟ ୟୁନିଟ୍‌ ସେଣ୍ଟର ଅଫ୍‌ ଇଣ୍ଡିଆ (କମୁ୍ୟନିଷ୍ଟ)ର ପ୍ରାର୍ଥୀ କୀର୍ତ୍ତନ ବିହାରୀ ମଲ୍ଲିକ ୧ ହଜାର ୪୩୦, କଳିଙ୍ଗ ସେନାର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଜେନା ୧ ହଜାର ୫୫୬ ଓ ସ୍ୱାଧୀନ ପ୍ରାର୍ଥୀ ପୀତାମ୍ବର ସେଠୀ ୨ ହଜାର ୫୭୯ ଖଣ୍ଡ ଭୋଟ୍‌ ପାଇଥିବାବେଳେ ନୋଟାକୁ ୬ ହଜାର ୫୩୬ ଖଣ୍ଡ ଭୋଟ୍‌ ଯାଇଛି । ଅନୁରୂପ ଭଦ୍ରକ ବିଧାନସଭା କ୍ଷେତ୍ରରେ ସମୁଦାୟ ୧ ଲକ୍ଷ ୭୯ ହଜାର ୮୯୫ ଖଣ୍ଡ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ସଂଜୀବ ମଲ୍ଲିକ ୯୩ ହଜାର ୬୬୮ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଡାକ୍ତର ପ୍ରଦୀପ ନାୟକ ୬୦ ହଜାର ୨୭୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ଜାତୀୟ କଂଗ୍ରେ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ୨୨ ହଜାର ୬୩୦ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବାବେଳେ ବହୁଜନ ସମାଜ ପାର୍ଟିର ସସ୍ମିତା ପାତ୍ର ୬୦୪, ଅଲ୍‌ ଇଣ୍ଡିଆ ତୃଣମୂଳକ କଂଗ୍ରେସର ସେକ୍‌ ମହମ୍ମଦ ଅଲ୍ଲୀ ଜିନା ୫୪୯, ଆମ୍ବେଦକର ନେସନାଲ କଂଗ୍ରେସର ଫାତେମ ଅମରିନ ୩୭୪ ଖଣ୍ଡ, କଳିଙ୍ଗସେନାର ରଂଜନ ପଣ୍ଡା ୩୧୮ ଓ ସ୍ୱାଧୀନ ପ୍ରାର୍ଥୀ କାହ୍ନìଚରଣ ବାରିକ ୬୩୩ ଖଣ୍ଡ ଭୋଟ ପାଇଥିବାବେଳେ ନୋଟାକୁ ୮୪୩ ଖଣ୍ଡ ଭୋଟ୍‌ ଯାଇଛି । ସେହିଭଳି ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ସମୁଦାୟ ୧ ଲକ୍ଷ ୭୩ ହଜାର ୩୨୨ ଖଣ୍ଡ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରପୁଲ୍ଲ ସାମଲ ୭୦ ହଜାର ୧୮୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଜାତୀୟ କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ୬୧ ହଜାର ୩୨୧ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ଜିଲା ସଭାପତି ବଦ୍ରୀ ନାରାୟଣ ଧଳ ୩୯ ହଜାର ୧୪୧ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବାବେଳେ ବହୁଜନ ସମାଜପାର୍ଟିର ରାଜୀବ ଲୋଚନ ଜେନା ୬୦୦, ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସର ଶିବ ନାରାୟଣ ବିଶ୍ୱାଳ ୩୨୮, ସୋସିଆଲିଷ୍ଟ ୟୁନିଟ୍‌ ସେଣ୍ଟର ଅଫ୍‌ ଇଣ୍ଡିଆ (କମୁ୍ୟନିଷ୍ଟ) ପ୍ରାର୍ଥୀ ଦିଗମ୍ବର ସ୍ୱାଇଁ ୨୯୮, କଳିଙ୍ଗ ସେନାର ମନୋଜ କୁମାର ଜେନା ୧୯୮, ପ୍ରାଉଟିଷ୍ଟ ବ୍ଲକ୍‌ ଇଣ୍ଡିଆର ସାର୍ଥକ ରଂଜନ ବିଶ୍ୱାଳ ୧୯୨, ସ୍ୱାଧୀନ ପ୍ରାର୍ଥୀ ଅଶୋକ କୁମାର ରାଉତ, ୧୭୯ ଓ ପତଞ୍ଜଳି କରଶର୍ମା ୩୬୭ ଖଣ୍ଡ ଭୋଟ୍‌ ପାଇଥିବାବେଳେ ନୋଟାକୁ ୫୧୮ ଖଣ୍ଡ ଭୋଟ୍‌ ଯାଇଛି । ଅନୁରୂପ ଧାମନଗର ବିଧାନସଭା କ୍ଷେତ୍ରରେ ସମୁଦାୟ ୧ ଲକ୍ଷ ୬୫ ହଜାର ୨୭୨ଖଣ୍ଡ ଭୋଟ ମଧ୍ୟରୁ ଭାରତୀୟ ଜନତା ପାର୍ଟିର ବିଷ୍ଣୁଚରଣ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ରାଜେନ୍ଦ୍ର କୁମାର ଦାସ ୭୫ ହଜାର ୪୮୬ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ, କଂଗ୍ରେସର ବିଦ୍ୟାଧର ଜେନା ୭ ହଜାର ୩୦୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ ବହୁଜନ ସମାଜପାର୍ଟିର ବୁଧିରାମ ସାମଲ ୭୬୯, ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରସନ୍ନ କୁମାର ଦାସ ୪୮୫, କଳିଙ୍ଗସେନାର ଶେଷଦେବ ମହାଳିକ ୧୯୧ ଓ ସ୍ୱାଧୀନ ପ୍ରାର୍ଥୀ ଗଣେଶ ପ୍ରସାଦ ଦାସ ୩୧୪ ଭୋଟ୍‌ ପାଇଛନ୍ତି । ସେହିଭଳି ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ସମୁଦାୟ ମୋଟ ୧ ଲକ୍ଷ ୭୯ ହଜାର ୩୫୨ ଖଣ୍ଡ ଭୋଟ୍‌ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବିଧାୟକ ବ୍ୟୋମକେଶ ରାୟ ୭୭ ହଜାର ୩୧୩ ଖଣ୍ଡ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ୬୯ ହଜାର ୨୩୩ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ, କଂଗ୍ରେସର ଦିଗମ୍ବର ଦାସ ୩୦ ହଜାର ୧୪୬ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିବାବେଳେ, ବହୁଜନ ସମାଜପାର୍ଟିର ଅଜୟ କୁମାର ମହାଳିକ ୧୦୮୩, କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ଏମ୍‌ଏଲ) ର ଜୟନ୍ତୀ ବିଶ୍ୱାଳ ୫୧୫, କଳିଙ୍ଗ ସେନାର ସତିଶ ରଂଜନ ସାହୁ ୨୨୫, ସ୍ୱାଧୀନ ସତ୍ୟବ୍ରତ ସାହୁ ୩୦୧ ଖଣ୍ଡ ଭୋଟ୍‌ ପାଇଥିବାବେଳେ ନୋଟାକୁ ୫୩୬ ଖଣ୍ଡ ଭୋଟ୍‌ ଯାଇଛି । ଅନୁରୂପ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମୋଟ ୧ ଲକ୍ଷ ୮୬ ହଜାର ୩୫୫ ଭୋଟ୍‌ ମଧ୍ୟରୁ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ୭୮ ହଜାର ୯୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଜାତୀୟ କଂଗ୍ରେସ ପ୍ରାର୍ଥୀ ତଥା ଜିଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ ୬୯ ହଜାର ୩୮୨ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ, ଭାରତୀୟ ଜନତା ପାର୍ଟିର ମାଧବାନନ୍ଦ ମଲ୍ଲିକ ୩୫ ହଜାର ୭୭୭ ଖଣ୍ଡ ଭୋଟ୍‌ ପାଇ ତୃତୀୟ, ଅଲଇଣ୍ଡିଆ ତୃଣମୂଳକ କଂଗ୍ରେସର ପ୍ରାର୍ଥୀ ନାଥ ବୈରାଗୀ ଦାସ ବେହେରା ୫୨୯, ବହୁଜନ ସମାଜପାର୍ଟିର ପ୍ରାର୍ଥୀ ନିର୍ମଳ ମଳିକ ୫୭୯ ଓ ସ୍ୱାଧୀନ ପ୍ରାର୍ଥୀ ସବିତାରାଣୀ ପାକଳ ୩୮୧ ଖଣ୍ଡ ଭୋଟ୍‌ ପାଇଥିବାବେଳେ ନୋଟାକୁ ୭୪୪ ଖଣ୍ଡ ଭୋଟ୍‌ ଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକରେ କେବଳ ଧାମନଗର ବିଧାନସଭା କ୍ଷେତ୍ରଟିକୁ ବିଜେପି ଅକ୍ତିଆର କରିଥିବାବେଳେ ଅନ୍ୟ ୪ଟି ବିଧାନସଭା ଯଥା ଭଦ୍ରକ, ଭଣ୍ଡାରିପୋଖରୀ, ବାସୁଦେବପୁର ଓ ଚାନ୍ଦବାଲି ସମେତ ଲୋକସଭା ଆସନଟିକୁ ବିଜେଡି ନିଜ ଦଖଲକୁ ନେଇଛି । ତେବେ ବିଜୟୀ ହୋଇଥିବା ବିଧାୟକ ଓ ସାଂସଦଙ୍କୁ ବିଭିନ୍ନ ମହଲରେ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

Read More...

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page