ପୁଣି ଟିକା ଅଭାବ

July 08, 2021, ଓଡ଼ିଶା, , Anupambharat News Bureau


ପୁଣି ଟିକା ଅଭାବ
Anupambharat News Bureau
July 08, 2021


ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍‌ କୋଭିସିଲï ଓ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ମହଜୁଦ୍‌ ରହିଛି । ରାଜ୍ୟରେ ଯେତିକି କୋଭିସିଲï ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା ପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଆଜି ୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି ଆସନ୍ତା ୧୫ ତାରିଖରେ ଆଉ ୩ ଲକ୍ଷ ୧୬ ହଜାର ୪୭୦ ଡୋଜ୍‌ କୋଭିସିଲï ଆସିବ । ତେଣୁ ପ୍ରାୟ ୩, ୪ ଦିନ ଟିକାକରଣ ବାଧାପ୍ରାପ୍ତ ହେବ । ସେହିପରି ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଡୋଜ ଆଜି କିମ୍ବା କାଲି ଆସିବ । ତେଣୁ କୋଭାକ୍ସିନ ଟିକାକରଣ ଚାଲିବ । ଚଳିତ ମାସରେ ରାଜ୍ୟ ପାଇଁ ୨୫ ଲକ୍ଷ ୩୧ ,୮୦୦ ଡୋଜ କୋଟା ଅଛି । ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୬୦ ହଜାର ୪୦୦ ଡୋଜ ଆସି ସାରିଲାଣି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ସେ କହିଛନ୍ତି, ରାଜ୍ୟରେ ଟିକା ଅଭାବରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଧିମେଇ ଯାଉଥିବା ବେଳେ ୨୮ ଲକ୍ଷ ଲୋକଙ୍କୁ କୋଭିସିଲïଡ ଦ୍ୱିତୀୟ ଡୋଜ ଟିକା ଦିଆଯିବ । ଯେଉଁମାନେ ପ୍ରଥମ ଟିକା ନେବାର ୧୨ରୁ ୧୬ ସପ୍ତାହରେ ପହଞ୍ଚିଲେଣି, ସେମାନଙ୍କ ଦ୍ୱିତୀୟ ଡୋଜ ଦେବାକୁ ତତ୍ପରତା ପ୍ରକାଶ ପାଉଛି । ସେମାନଙ୍କ ମଧ୍ୟରୁ ଯେଉଁମାନେ ୧୬ ସପ୍ତାହ ପାଖାପାଖି ପହଞ୍ଚିଗଲେଣି ସେମାନଙ୍କୁ ପ୍ରାଥମିକତା ଦିଆଯିବ ।ଅପରପକ୍ଷରେ ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ତେବେ ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ପ୍ରଥମେ ସେମାନଙ୍କୁ ସଚେତନ କରାଯିବ । ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଟିକା ନେବା ପରେ ସେମାନଙ୍କ ଉପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଘର ଘର ବୁଲି ଗର୍ଭବତୀଙ୍କୁ ଟିକାକରଣ କରିବା ପ୍ରସ୍ତାବକୁ ବାରଣ କରାଯାଇଛି । କାରଣ ସେମାନେ ନିକଟସ୍ଥ କେନ୍ଦ୍ରକୁ ଆସି ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହୁଛି ତାହା ନଜରରେ ରହିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ସର୍ବାଧିକ ୬୧ ମୃତ,   ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ ସର୍ବାଧିକ ୬୧ ମୃତ, ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ

Read More...

ଜିଓ ଟାୱାର ବସାଇବା ନାଁରେ ୪୦ଲକ୍ଷ ଠକେଇ

ଜିଓ ଟାୱାର ବସାଇବା ନାଁରେ ୪୦ଲକ୍ଷ ଠକେଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page