ଦିନକରେ ସର୍ବାଧିକ ୬୧ ମୃତ, ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ

July 09, 2021, ଓଡ଼ିଶା, , Anupambharat News Bureau


ଦିନକରେ ସର୍ବାଧିକ ୬୧ ମୃତ,   ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ
Anupambharat News Bureau
July 09, 2021


ଭୁବନେଶ୍ୱର, ୯ା୭ (ଅନୁପମ ମିଡିଆ): ­ ରାଜ୍ୟରେ ଗୋଟିଏ ଦିନରେ ୨୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୫୧୩୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୩୧୭୮ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୨୭୪୨୯ ରହିଛି । ଆଜି ଚିହ୍ନଟ ହୋଇଥିବା ୨୮୦୬ ଜଣଙ୍କ ମଧ୍ୟରୁ ୧୬୧୩ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ୧୧୯୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୫୯୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୩ ଜଣ, ବରଗଡ଼ରୁ ୩୩ ଜଣ, ଭଦ୍ରକରୁ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୯, କଟକରୁ ୪୪୧, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨୪ ଜଣ, ଗଜପତି ଜିଲ୍ଲାରୁ ୬ , ଗଞ୍ଜାମରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୧୯ ଜଣ, ଯାଜପୁରରୁ ୨୫୨ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ. କେନ୍ଦ୍ରାପଡ଼ାରୁ ୫୭ ଜଣ, କେନ୍ଦୁଝରରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୯୦ ଜଣ, କୋରାପୁଟରୁ ୨୯ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୦୯ ଜଣ, ନବରଙ୍ଗପୁରରୁ ୨୦ ଜଣ, ନୟାଗଡ଼ରୁ ୮୬ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୧୩୮ ଜଣ, ରାୟଗଡ଼ାରୁ ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୬ ଜଣ, ସୋନପୁରରୁ ୧୬ ଜଣ, ସୁନ୍ଦରଗଡ଼ରୁ ୬୫ ଜଣ ଓ ଷ୍ଟେଟ୍‌ ପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ତଥ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଥିବା ଏହି ୬୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଅଛନ୍ତି । ଏହି ୧୧ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି । ସେହିପରି ବରଗଡ଼, ଗଞ୍ଜାମ,ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ ଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ ୪, ଢେଙ୍କାନାଳ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି ।ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୭୮, ଗଞ୍ଜାମରେ ୩୭୦, ମୟୂରଭଞ୍ଜରେ ୧୪୯, ପୁରୀରେ ୨୬୬, ସମ୍ବଲପୁରରେ ୧୩୬, ସୁନ୍ଦରଗଡ଼ରେ ୩୮୯, କେନ୍ଦୁଝରରେ ୮୦, ନୟାଗଡ଼ରେ ୧୨୨, କଟକରେ ୩୦୫, ଢେଙ୍କାନାଳରେ ୯୧, ବୌଦ୍ଧରେ ୮୫, ଗଜପତିରେ ୭୧, ଝାରସୁଗୁଡ଼ାରେ ୧୩୦, କେନ୍ଦ୍ରାପଡ଼ାରେ ୯୪, ନୂଆପଡ଼ାରେ ୭୧ ଓ ରାୟଗଡ଼ାରେ ୧୫୦କୁ ବୃଦ୍ଧି ପାଇଛି ।ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୧ ସୁଦ୍ଧା  ଯୁକ୍ତ ଦୁଇ ରେଜଲଫ

୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲଫ

Read More...

ପୁଣି ଟିକା ଅଭାବ

ପୁଣି ଟିକା ଅଭାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page