ଜିଓ ଟାୱାର ବସାଇବା ନାଁରେ ୪୦ଲକ୍ଷ ଠକେଇ

July 08, 2021, ଓଡ଼ିଶା, , Anupambharat News Bureau


ଜିଓ ଟାୱାର ବସାଇବା ନାଁରେ ୪୦ଲକ୍ଷ ଠକେଇ
Anupambharat News Bureau
July 08, 2021


କଟକ,୮ା୭(ଅନୁପମ ମିଡିଆ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରରେ ରହୁଥିବା ଜନୈକ ବ୍ୟକ୍ତିଙ୍କୁ ଜିଓ ଟାୱାର ବସାଇବା ସହ ପରିବାରର ଜଣକୁ ଚାକରି ଦେବାର ପ୍ରଲୋଭନ ଦେଖାଇ ୩୯ ଲକ୍ଷ ଟଙ୍କା ଠକିନେଇଥିବା ଦୁଇ ଅପରାଧୀଙ୍କୁ ପୋଲିସ କୋଲକତାରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବିହାର ଜନକପୁରର ଅନିଲେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନର ଅଙ୍କିତ ରାୟ(୨୩) । ପୋଲିସ ଏହି ଦୁଇ ଅଭିଯୁ୍‌କ୍ତଙ୍କଠାରୁ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା ସହିତ ଗୋଟିଏ ଫର୍ଚୁନର କାର(ଡବ୍ଳୁବି-୩୪-ଏଜେ-୫୬୫୬), ୩ଟି ମୋବାଇଲ ଫୋନ, ୪ଟି ପ୍ରି ଆକଫିଭ ସିମକାର୍ଡ, ୨ଟି ଲାପ୍‌ଟପ, ୫ଟି ଏଟିଏମ କାର୍ଡ, ୭ଟି ଚେକ୍‌ବୁକ୍‌ ଓ ୧୫ଟି ପାସବୁକ୍‌ ଜବତ କରିଛି । ଏହି ଠକେଇ ସମ୍ପର୍କରେ ସୂଚନା ଦେଇ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ନଜରପୁରର ଦିଲ୍ଲିପ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଅନିଲେଶ ଆନନ୍ଦ ନିଜକୁ ଜିଓ ଅଫିସର ଭାବେ ପରିଚୟ ଦେଇଥିଲେ ଏବଂ ଏକ ମୋବାଇଲ ଟାୱାର ବସାଇବା ପାଇଁ ସ୍ଥାନ ଦରକାର ବୋଲି କହିଥିଲେ । ଏହି ବାବଦରେ ମାସିକ ୨୦ ହଜାର ଟଙ୍କାର ଭଡା ଓ ୧୫ ହଜାର ଟଙ୍କାର ଦରମାରେ ପରିବାରର ଜଣକୁ ଚାକରି ଦେବାର ପ୍ରଲୋଭନ ଦେଖାଇଥିଲେ । ଏଥିପାଇଁ ସମସ୍ତ ପ୍ରକାର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସେ ସାହୁଙ୍କୁ ପରାମର୍ଶ ଦେବା ସହିତ ସିକୁ୍ୟରିଟି ବାବଦରେ ୨୦ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ଲୋଭର ବଶବର୍ତ୍ତୀ ହୋଇ ସାହୁ ୨୦ ଲକ୍ଷ ଟଙ୍କା ଦେବା ପରେ ରେଜିଷ୍ଟ୍ରେସନ ପ୍ରୋସେସିଙ୍ଗ, କମର୍ସିଆଲ ଲାଇସେନ୍ସ, ଟେଣ୍ଡର ଫାଇଲିଙ୍ଗ ଓ କ୍ଲିୟରାନ୍ସ, ଭେରିଫିକେସନ୍‌ ଫି, ଆଣ୍ଟି ପଲୁ୍ୟସନ, ବିଲିଙ୍ଗ୍‌ ଚାର୍ଜ, ଆଟାଚ୍‌ମେଣ୍ଟ ଫି, ଟ୍ରାନ୍ସପୋର୍ଟ ଚାର୍ଜେସ୍‌, ଇନ୍‌କମ୍‌ ଟ୍ୟାକ୍ସ ଓ ଜିଏସ୍‌ଟି ସହିତ କରୋନା କ୍ଲିୟରାନ୍ସ ଫି’ ବାବଦରେ ଆହୁରି ଅଧିକ ଅର୍ଥ ଦାବି କରିଥିଲେ । ତେବେ ସାହୁ ପର୍ଯ୍ୟାୟକ୍ରମେ ଆହୁରି ୨୦ ଲକ୍ଷ ଟଙ୍କା ଜମା କରି ନିରାଶ ହେବା ପରେ ଜଗତପୁର ଥାନାର ଦ୍ୱରସ୍ଥ ହୋଇଥିଲେ । ପୋଲିସ କେସ ନଂ ୨୨୦/୨୧ରେ ଏକ ମାମଲା ରୁଜୁ କରି ଘଟଣାଟିର ତଦନ୍ତ ଚଳାଇବା ସହିତ ଅଭିଯୁକ୍ତମାନଙ୍କର ଜାଲ କାଗଜପତ୍ର, ମୋବାଇଲ ଫୋନକୁ ଟ୍ରାକ କରି ଏହା ଏକ ଜାଲି ସଂସ୍ଥା ବୋଲି ଜାଣିପାରିଥିଲେ । ଏହାର ମାଷ୍ଟର ମାଇଣ୍ଡ ଅଭୟ ତିୱାରିକୁ କୋଲକତା ବିଧାନନଗର ଥାନା ପୋଲିସ ଗିରଫ କରିଥିଲା ବେଳେ ସେ ଏବେ ଦମଦମ
ଜେଲରେ ରହିଥିବା ପୋଲିସ ଖବର ପାଇଥିଲା । କଟକ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ତଦନ୍ତକାରୀ ଟିମ ଗଠନ କରାଯାଇଥିଲା । ଇନ୍ସପେକଫର ରବୀନ୍ଦ୍ରନାଥ ମେହେର, ରେଣୁବାଳା ତ୍ରିପାଠୀ, କ୍ୟାଣ୍ଟନମେଣ୍ଟ ଇନ୍ସପେକଫର ଦୀନକୃଷ୍ଣ ମିଶ୍ର, ଏସିପି ଅଜୟ ଦାସ, ସ୍ପେଶାଲ ସ୍କ୍ୱାଡର ଏସିପି ଅମରେନ୍ଦ୍ର ପଣ୍ଡା ପ୍ରମୁଖ ଘଟଣାଟିର ଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇ କୋଲକତା ଯାଇଥିଲେ । ସେଠାରେ ନକଲି ଜିଓ ଅଫିସ ଉପରେ ଚଢଉ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ବୋଲି କମିଶନର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଟିକା ଅଭାବ

ପୁଣି ଟିକା ଅଭାବ

Read More...

 ଅଲମ୍ପିୟାନ ପଦକ ବିଜେତାଙ୍କୁ ମିଳିବ ପୁରସ୍କାର  :  ସ୍ୱର୍ଣ୍ଣ ଜିତିଲେ ଛ’କୋଟି

ଅଲମ୍ପିୟାନ ପଦକ ବିଜେତାଙ୍କୁ ମିଳିବ ପୁରସ୍କାର : ସ୍ୱର୍ଣ୍ଣ ଜିତିଲେ ଛ’କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page