ଅଫେରା ରାଇଜରେ ଶଲାବୁଢ଼ା

June 05, 2021, ଓଡ଼ିଶା, , Anupambharat News Bureau


ଅଫେରା ରାଇଜରେ ଶଲାବୁଢ଼ା
Anupambharat News Bureau
June 05, 2021


ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଯାଇଛନ୍ତି ଶଲାବୁଢ଼ାର ଅଟଳ ବିହାରୀ ପଣ୍ଡା । ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବ୍ଲଡ୍‌ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା। ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା। ସେ ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିଥିଲେ। ତା' ସହିତ ଅନେକ ନାଟକ ରଚନା କରିଥିଲେ। ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ 'ଶଲାବୁଢ଼ା' କରିଥିଲେ। ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସ୍ୱର୍ଗତ ପଣ୍ଡା 'ଶଲାବୁଢ଼ା'ର ସିକ୍ୱେଲ୍‌ 'ଆଦିମ ବିଚାର'ରେ ମଧ୍ୟ ଅଭିନୟ କରିଥିଲେ। ଏଥିପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୨୦ରେ 'ଶଲାବୁଢ଼ା' ସିରିଜ୍‌ର ତୃତୀୟ ଫିଲ୍ମ 'ଶଲାବୁଢ଼ାର ବଦଲା'ରେ ମଧ୍ୟ ସେ ଅଭିନୟ କରିଥିଲେ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

Read More...

ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି :  ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି : ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page