ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

June 05, 2021, ଓଡ଼ିଶା, , Anupambharat News Bureau


ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା
Anupambharat News Bureau
June 05, 2021


ଭୁବନେଶ୍ୱର, ୫ା୬(ଅନୁପମ ମିଡ଼ିଆ): ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ବିଦେଶ ଯିବା ପୂର୍ବରୁ ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀ ୧୯୨୯କୁ କଲ୍‌ କରି ରେଜିଷ୍ଟ୍ରସନ୍‌ କରିବା ପରେ ସେମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ବିଏମସି କମିଶନର ସଂଜୟ ସିଂହ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ ହେବ । ମୋବାଇଲ୍‌ ଭ୍ୟାନ ପଠାଯାଇ ଆଣ୍ଟିଜେନ୍‌ ଏବଂ ଆରଟିପିସିଆର ଟେଷ୍ଟ କରାଯିବ । ମାଛ, ପରିବା ମାର୍କେଟରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା ହେବ । ସାମୁହିକ ଟେଷ୍ଟିଂରେ ସମସ୍ତେ ସହଯୋଗ କରିବାକୁ ବିଏମସି କମିଶନର ନିବଦେନ କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ସଚେତନତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର କହିଛନ୍ତି ଯେ, ରାଜଧାନୀରେ କରୋନା ପଜିଟିଭିଟି ରେଟ ହ ୍ରାସ ପାଇଛି । ଲକଡାଉନ୍‌ ଓ ସଟଡାଉନ୍‌ ପାଇଁ ସଫଳ ହୋଇପାରିଛି । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ସେପଟେ ଭୁବନେଶ୍ୱର ହସ୍ପିଟାଲରେ ବେଡ ଉପରୁ ଚାପ ହ ୍ରାସ ପାଇଥିବା କହିଛନ୍ତି କମିଶନର । ବର୍ତ୍ତମାନ ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ୍‌ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍‌ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର । ସ୍ୱାସ୍ଥ୍ୟ କର୍ମୀ ୩୫, ୪୨୯,
ସମ୍ମୁଖ କର୍ମୀଙ୍କୁ ୪୮, ୪୧୦ ଡୋଜ୍‌ ଦିଆଯାଇଛି । ୪୫ ବର୍ଗରେ ପ୍ରଥମ ଡୋଜ୍‌ ୩.୩୮ ଲକ୍ଷ ଓ ୨ୟ ଡୋଜ୍‌ ୨.୧୧ ଲକ୍ଷ ନେଲେଣି । ୧୮ରୁ ୪୪ ବୟସ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍‌ ମିଳିଛି । ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍‌ ମିଳିବ । ବାକି ଥିବା ୧୮ରୁ ୪୪ ବର୍ଗ ପ୍ରଥମ ଡୋଜ୍‌ ନିମନ୍ତେ ଖୁବ୍‌ ଶୀଘ୍ର ବ୍ୟବସ୍ଥା ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୀତି ଆୟୋଗ ରିପୋର୍ଟ :  ବିଜେପି-ବିଜେଡ଼ି ଟଣାଓଟରା

ନୀତି ଆୟୋଗ ରିପୋର୍ଟ : ବିଜେପି-ବିଜେଡ଼ି ଟଣାଓଟରା

Read More...

ଅଫେରା ରାଇଜରେ ଶଲାବୁଢ଼ା

ଅଫେରା ରାଇଜରେ ଶଲାବୁଢ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page