ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି : ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

June 03, 2021, ଓଡ଼ିଶା, , Anupambharat News Bureau


ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି :  ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା
Anupambharat News Bureau
June 03, 2021


ଭୁବନେଶ୍ୱର, ୩ା୬ (ସ୍ୱତନ୍ତ୍ର ପ୍ରତିନିଧି): ବାହାର ରାଜ୍ୟକୁ ବିଦୁ୍ୟତ ଯୋଗାଣରେ ବିଚିତ୍ର ନୀତି ଯୋଗୁ ସୃଷ୍ଟି ହୋଇଛି ବିଚିତ୍ର ପରିସ୍ଥିତି । କରୋନାଜନିତ ଦୁଃସମୟରେ ମାତ୍ର ୬ମାସ ମଧ୍ୟରେ ଦୁଇ ଦୁଇ ଥର ବିଦୁ୍ୟତ ଦେୟ ବୃଦ୍ଧି ଯୋଗୁ ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ହୀରାକୁଦ ଜଳଭଣ୍ଡାରରୁ ଉପିାଦିତ ବିଦୁ୍ୟତକୁ ଗ୍ରୀଡ୍‌କୋ ଛତିଶଗଡ଼କୁ ଖୁବ୍‌ ଶସ୍ତାରେ ଯୋଗାଉଛି । ଏହା ଫଳରେ ବିଦୁ୍ୟତ-ବଳକା ରାଜ୍ୟ ରୂପେ ପରିଗଣିତ ଓଡ଼ିଶାରେ ବିଦୁ୍ୟତ୍‌ ମହଙ୍ଗା ହୋଇଥିବା ବେଳେ ଅଭାବୀ ରାଜ୍ୟ ଛତିଶଗଡ଼ରେ ଏହା ସୁଲଭ ହୋଇଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଫେଇ ଦେଇଛନ୍ତି ଯେ, ଏଥିପାଇଁ କେନ୍ଦ୍ରୀୟ ବିଦୁ୍ୟତ ନିୟାମକ ସଂସ୍ଥା (ସିଇଆର୍‌ସି) ଦାୟୀ ।
ଓଡ଼ିଶାରେ କରୋନା କାଳରେ ବଢା ଯାଇଥିବା ବିଦୁ୍ୟତ ଟାରିଫ୍‌ ହ ୍ରାସ କରିବା ପାଇଁ ଦାବିକୁ ଓଇଆର୍‌ସି ଅଗ୍ରାହ୍ୟ କରିଛନ୍ତି । ସେପଟେ ଛତିଶଗଡ଼ ବିଦୁ୍ୟତ ବିତରଣ ସଂସ୍ଥା (ସିଏସ୍‌ପିଡିସିଏଲ୍‌)କୁ ଗ୍ରୀଡ୍‌କୋ ପୂର୍ବରୁ ଯେଉଁ ଦରରେ ବିଦୁ୍ୟତ୍‌ ବିକ୍ରି କରୁଥିଲା ସେଥିରେ ୟୁନିଟ୍‌ ପିଛା ୨୦ ପଇସା କମାଇ ଦିଆଯାଇଛି । ବିରୋଧୀଙ୍କ ପ୍ରତିବାଦ ପରେ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଅତ୍ୟନ୍ତ ନିର୍ବିକାର ଭାବରେ କହିଛନ୍ତି ଯେ, କେନ୍ଦ୍ରୀୟ ବିଦୁ୍ୟତ ନିୟାମକ ସଂସ୍ଥା (ସିଇଆର୍‌ସି)ଙ୍କ ନିଷ୍ପତ୍ତି ଅନୁଯାୟୀ ଛତିଶଗଡ଼କୁ ଗ୍ରୀଡ୍‌କୋ ଯୋଗାଉଛି । ସିଏସ୍‌ପିଡିସିଏଲ୍‌ ଜାତୀୟ ଟେଣ୍ଡର୍‌ରେ ଭାଗ ନେଇ ହୀରାକୁଦରୁ ବିଦୁ୍ୟତ୍‌ ନେଉଛି । ରିଅଲ୍‌ ଟାଇମ୍‌ ଆଧାରରେ ନିର୍ଦ୍ଧାରଣ କରି ସିଇଆର୍‌ସି ବିଦୁ୍ୟତ୍‌ ଦର ହ ୍ରାସ କରିଛନ୍ତି । ଏଥିରେ ରାଜ୍ୟ ସରକାର ବା ଶକ୍ତି ବିଭାଗର କୌଣସି ଭୂମିକା ନାହିଁ । ମନ୍ତ୍ରୀଙ୍କ ବୟାନରୁ ଅନ୍ତତଃ ଏତିକି ସ୍ପଷ୍ଟ ଯେ, ଓଡ଼ିଶା ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଶେଷ ଚିନ୍ତିତ ନୁହଁନ୍ତି ।
ଏକଦା ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ବିରୋଧରେ ଦିଲ୍ଲୀରେ ସତ୍ୟାଗ୍ରହ କରିଥିଲା ବିଜେଡି ସରକାର । ଅଥଚ ଏବେ ଗ୍ରୀଡ୍‌କୋ ଓଡ଼ିଶାରେ ବିଦୁ୍ୟତ ବିତରଣକାରୀ କମ୍ପାନୀଙ୍କୁ ଯେଉଁ ଦରରେ ବିଦୁ୍ୟତ ବିକୁଛି ତା’ଠୁ ଶସ୍ତାରେ ସିଏସ୍‌ପିଡିସିଏଲ୍‌କୁ ବିଦୁ୍ୟତ ବିକ୍ରି କରୁଛି । ଅବଶ୍ୟ, ବିରୋଧୀ ଦଳଙ୍କ ତୀବ୍ର ପ୍ରତିବାଦ ପରେ ଶକ୍ତିମନ୍ତ୍ରୀ ଚତୁରତାର ସହ ଅଭିଯୋଗକୁ ଏଡ଼ାଇବା ପାଇଁ ପ୍ରୟାସ କରିଛନ୍ତି । ଜାତୀୟ ଟେଣ୍ଡର୍‌ର ସର୍ତ୍ତ, କେନ୍ଦ୍ରୀୟ ସଂସ୍ଥା ସିଇଆର୍‌ସିଙ୍କ ନିଷ୍ପତ୍ତି ଆଦି କାରଣ ଦର୍ଶାଇ ରାଜ୍ୟ ଶକ୍ତି ବିଭାଗ ନିଜକୁ ଦୋଷମୁକ୍ତ ଦର୍ଶାଇବାକୁ ଭରପୂର ପ୍ରୟାସ କରିଛି । ଉପିାଦିତ ବିଦୁ୍ୟତ୍‌ ବିକ୍ରିରୁ ଫାଇଦା ନମିଳିଲେ ବ୍ୟବସାୟିକ ସର୍ତ୍ତାବଳୀକୁ ବଦଳାଇବା କିମ୍ବା ଜାତୀୟ ଟେଣ୍ଡର୍‌ ବାତିଲ୍‌ କରିବା ପାଇଁ ରାଜ୍ୟ ସରକାର ଦାବି କରି ପାରିବେ । ହେଲେ ରାଜ୍ୟ ସରକାର ଏ ଦିଗରେ ଆଦୌ ପ୍ରୟାସ କରି ନାହାନ୍ତି । ଓଡ଼ିଶାର ବିଦୁ୍ୟତ ଉପଭୋକ୍ତାଙ୍କ ପକେଟ୍‌ କାଟି ପଡ଼ୋଶୀ ଛତିଶଗଡ଼କୁ ଫାଇଦା ଦେଉଛନ୍ତି ରାଜ୍ୟ ସରକାର । ମହାନଦୀ ଜଳକୁ ଉପରମୁଣ୍ଡରେ ଅଟକାଉଥିବା ଅଭିଯୋଗରେ ଛତିଶଗଡ଼ ବିରୋଧରେ ଓଡ଼ିଶା ସରକାର ଦିଲ୍ଲୀରେ ସତ୍ୟାଗ୍ରହ କରିବା ସହ ଆନ୍ତଃରାଜ୍ୟ ଜଳ ଟ୍ରିବୁ୍ୟନାଲ୍‌ରେ ମାମଲା ରୁଜୁ କରିଥିଲେ । ଏବେ ସେହି ଛତିଶଗଡ଼କୁ ଶସ୍ତା ବିଦୁ୍ୟତ୍‌ ଯୋଗାଉଛି ଓଡ଼ିଶା । ଛତିଶଗଡ଼ ବିଦୁ୍ୟତ ବିତରଣ ସଂସ୍ଥା (ସିଏସ୍‌ପିଡିସିଏଲ୍‌) ଏହି ଶସ୍ତା ବିଦୁ୍ୟତ୍‌କୁ ସେଠାକାର ଶିଳ୍ପସଂସ୍ଥାକୁ ଅଧିକ ଦରରେ ବିକ୍ରି କରି ମାଲାମାଲ୍‌ ହେଉଛି । ଏହା ଫଳରେ, ଓଡ଼ିଶାର ସାଧାରଣ ବିଦୁ୍ୟତ୍‌ ଉପଭୋକ୍ତା ଜଳକା ପାଲଟିବା ସହ ‘କେଉଟ ମାରେ ମାଛ, ଖାଏ କଙ୍କଡ଼ା’ ଭଳି ଏକ ବିଚିତ୍ର ବିରୋଧାଭାସ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଫେରା ରାଇଜରେ ଶଲାବୁଢ଼ା

ଅଫେରା ରାଇଜରେ ଶଲାବୁଢ଼ା

Read More...

ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page