ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

May 25, 2021, ଓଡ଼ିଶା, , Anupambharat News Bureau


  ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ
Anupambharat News Bureau
May 25, 2021


ଭୁବନେଶ୍ୱର, ୨୫ା୫(ଅନୁପମ ମିଡ଼ିଆ): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ୟାସ୍‌ ବୁଧବାର ସକାଳେ ଚାନ୍ଦବାଲି- ଧାମରା ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହି ବାତ୍ୟା ପାରାଦ୍ୱୀପ ଓ ସାଗରଦୀପ ମଧ୍ୟରେ ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣ ମଧ୍ୟ ଦେଇ ମଧ୍ୟାହ୍ନ ସୁଦ୍ଧ ଅତିକ୍ରମ କରିବ । ଏହି ସମୟ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ୧୫୫ ରୁ ୧୬୫ କିମି ବେଗରେ ପବନ ବୋହିବ । ମୟୂରଭଞ୍ଜ ଜିଲ୍ଲାରେ ୧୨୦ରୁ ୧୩୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି । ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ମେଦିନିପୁର, ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ୨ରୁ ୪ ମିଟର ଜୁଆର ଆସିବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ୨୪ ପ୍ରଗଣା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଲ୍ୟାଣ୍ଡଫଲ ସମୟରେ ୨ ମି ଯାଏ ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୭୪.୬ ମିମି, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୦.୧, ଭଦ୍ରକ ଜିଲ୍ଲାରେ ୬୨.୩, ଯାଜପୁର ଜିଲ୍ଲାରେ ୪୫.୬ ଓ ବାଲେଶ୍ୱର ଜିଲ୍ଲାରେ ୪୧.୭ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । କଟକ ଜିଲ୍ଲାରେ ୩୬.୩, ଖୋର୍ଦ୍ଧା ଜିଲ୍ଲାରେ ୩୩.୫, ମୟୂରଭଞ୍ଜ ଜିଲ୍ଲାରେ ୧୪.୫, ଢ଼େଙ୍କାନାଳ ଜିଲ୍ଲାରେ ୧୩.୭, ନୟାଗଡ଼ ଜିଲ୍ଲାରେ ୧୨.୩, କେନ୍ଦୁଝର ଜିଲ୍ଲାରେ ୬.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ବାତ୍ୟାକୁ ଆଖି ଆଗରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୪୦୪ଟି ଟିମ୍‌ ମୁତୟନ କରାଯାଇଛି । ଏଥିମଧ୍ୟରୁ ଏନଡିଆରଏଫର ୫୨ଟି ଟିମ ରହିଥିବା ବେଳେ ଓଡ଼୍ରାଫର ୬୦, ଅଗ୍ନିଶମ ବିଭାଗର ୨୦୬, ପରିବେଶ ଓ ଜଙ୍ଗଲ ବିଭାଗର ୮୬ଟି ଗଛ କଟା ଟିମ୍‌ ବାତ୍ୟା ପ୍ରଭାବିତ ୧୦ଟି ଜିଲ୍ଲାରେ ପୂର୍ବରୁ ମୁତୟନ ହୋଇସାରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସାଟେଲାଇଟ୍‌ ଫୋନ୍‌ ପ୍ରଦାନ କରାଯାଇଛି । ଜଳ ଯୋଗାଣ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ଟେଲିକମ୍‌, ଇଲେକଟ୍ରିକ ଗ୍ରୀଡ଼, ପୋଲିସ ଷ୍ଟେସନ ଓ ଅନ୍ୟ ଜରୁରୀକାଳୀନ ସେବା ପାଇଁ ବ୍ୟାକଅପ୍‌ ବିଜୁଳି ବ୍ୟବସ୍ଥା ଓ ଜେନେରେଟର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟେଲିଫୋନ୍‌ ଲାଇନକୁ ଶୀଘ୍ର ଠିକ୍‌ କରିବା ପାଇଁ ଟେଲିକମ୍‌ କମ୍ପାନୀ ମାନଙ୍କୁ କର୍ମଚାରୀ ଓ ଆବଶ୍ୟକୀୟ ଉପକରଣ ରଖି ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

Read More...

ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page