ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

May 25, 2021, ଓଡ଼ିଶା, , Anupambharat News Bureau


 ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ
Anupambharat News Bureau
May 25, 2021


ଭୁବନେଶ୍ୱର, ୨୫ ମଇ(ଅନୁପମ ମିଡ଼ିଆ): ବୁଧବାର ସକାଳେ ବାତ୍ୟା ୟାସ୍‌ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମୀକ୍ଷା ଅବସରରେ ବାତ୍ୟା ସମୟରେ ଶୂନ୍ୟ ଜୀବନ ହାନୀ ଉପରେ ଗୁରୁ୍‌ତ୍ୱ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେ କହିଥିଲେ ଯେ, ବାତ୍ୟା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଓ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ସେ ରାଜ୍ୟର ଲୋକମାନଙ୍କୁ ଏଥି ନିମନ୍ତେ ପ୍ରଶାସନର ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ‘ୟାସ’ର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା:  ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ

ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା: ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ

Read More...

  ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page