ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

May 19, 2021, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା
Anupambharat News Bureau
May 19, 2021


ଡ୍ରାଇଭ୍‌ ଇନ୍‌ ଏବଂ ଘରେ ଟିକାକରଣକୁ ବନ୍ଦ କରିଛନ୍ତି ସରକାର । ବୁଧବାର ଏନେଇ ସବୁ ଜିଲ୍ଲାପାଳ,ମୁ୍ୟନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ କୋଭିଡ୍‌ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ଯଥେଷ୍ଟ େୱଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି । ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ଅଛି । ଡ୍ରାଇଭ୍‌ ଇନ୍‌ ଓ ଡୋର୍‌ ଷ୍ଟେପ୍‌ରେ ଏସବୁ ପାଳନ ହେବା କଷ୍ଟକର । ଏସବୁ ଦ୍ୱାରା ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଡ୍ରାଇଭ୍‌ ଇନ୍‌ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା । ରାଜଧାନୀର ୪ଟି ମଲ୍‌ ଏସ୍‌ପ୍ଲାନେଡ୍‌, ଡିଏନ୍‌ ରେଗାଲିଆ, ଗ୍ୟାଲରିଆ, ସିମ୍ଫୋନି ମଲ୍‌ ସମେତ କିଟ୍‌ ଷ୍ଟାଡିୟମରେ ଡ୍ରାଇଭ୍‌ ଇନ୍‌ ଟିକା ଅଭିଯାନ ଚାଲିଥିଲା । ଭିଡ଼ରେ ଛିଡ଼ା ନହୋଇ, ଧାଡ଼ି ନବାନ୍ଧି, ଗାଡ଼ିରୁ ନଓହ୍ଲାଇ ଟିକା ନେଇଥିଲେ ଲୋକେ ।ଏଥିସହିତ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ପାରାମେଡିକ୍‌ ଷ୍ଟାଫଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମ୍‌ଓ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ନିଜ ନିଜ ଜିଲ୍ଲା ଓ ମହାନଗର ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ ବୋଲଇ ଚିଠିରେ ଉଲ୍ଲେଖ କରାଯାଇଛି । ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍‌ ମହାମାରୀ ଆରମ୍ଭରୁ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ନିରନ୍ତର ସେବା କରିଆସୁଛନ୍ତି । ରୋଗୀଙ୍କ ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ତାଙ୍କ ପରିବାର ଲୋକେ ମଧ୍ୟ ଆସନ୍ତି । ତେଣୁ ସେମାନେ ବି ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ
ଦୃଷ୍ଟିରେ ରଖି ସେମାନଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ଟିକାକରଣ ଆରମ୍ଭ କରାଯାଇଥିଲା । ବର୍ତମାନ ସୁଦ୍ଧା ରାଜ୍ୟରେ ୯୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

Read More...

ଉପକୂଳ ମୁହାଁ ହୋଇପାରେ ‘ୟଶ’!

ଉପକୂଳ ମୁହାଁ ହୋଇପାରେ ‘ୟଶ’!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page