ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

May 23, 2019, ଓଡ଼ିଶା, , Anupambharat News Bureau


ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ
Anupambharat News Bureau
May 23, 2019

ଆନନ୍ଦପୁର,୨୩ା୫(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡର ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେଠୀ ବିପୁଳ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାସ୍ତ କରି ବିଜୟ ଲାଭ କରିଥିବା ଜଣାଯାଇଛି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଭାଗିରଥି ସେଠୀ, କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଯେନା ଓ ଭାଜପାର ଯୁବନେତା ଆଲୋକ ସେଠୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀଭାବେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡ଼ିର ଭାଗିରଥି ସେଠୀ ୪୨ହଜାରରୁ ଉର୍ଦ୍ଧ୍ୱ ଭୋଟରେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଯେନାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଭାଗିରଥି ସେଠୀ ୮୭,୪୨୭ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଜୟଦେବ ଯେନା ୪୪,୭୧୧ଖଣ୍ଡ ଓ ଭାଜପାର ଆଲୋକ ସେଠୀ ୩୦,୭୩୬ଖଣ୍ଡ ଭୋଟ ପାଇଛନ୍ତି । ଭାଗିରଥିଙ୍କ ବିଜୟ ପରେ ଆନନ୍ଦପୁରରେ ବିଜୁକର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯିବା ସହିତ ବିଜୟ ଉସିବ ପାଳନ କରୁଛନ୍ତି । ସେହିପରି ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବଦ୍ରିନାରାୟଣ ପାତ୍ର କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବଦ୍ରିନାରାୟଣ ପାତ୍ର ୮୬,୪୧୯ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ନିରଂଜନ ପଟ୍ଟନାୟକ ୫୩,୮୬୦ଖଣ୍ଡ ଓ ଭାଜପାର ପୃଥୁ୍ୟରାଜ କୁଅଁର ୨୭,୩୪୯ଖଣ୍ଡ ଭୋଟ ପାଇଥିବାର ସୂଚନା ମିଳିଛି । ବଦ୍ରିନାରାୟଣ ୩୨ ହଜାରୁ ଉର୍ଦ୍ଧ୍ୱ ଭୋଟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ହରାଉଥିବାର ସୂଚନା ମିଳୁଛି । ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବିଜୟ ନେଇ ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହିତ ବିଜୟ ଉସିବ ପାଳନ କରୁଥିବା ଦେଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

Read More...

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page