ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

May 23, 2019, ଓଡ଼ିଶା, , Anupambharat News Bureau


ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ
Anupambharat News Bureau
May 23, 2019

ବିରଜାକ୍ଷେତ୍ର ,୨୩ା୫(ଅନୁପମ ମିଡିଆ): ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ୭ଜଣ ବିଧାୟକ / ବିଧାୟିକା ଓ ଲୋକସଭା ପ୍ରାର୍ଥିନୀ ଙ୍କ ବିଜୟଲାଭ ଘଟିଛି । ଚଳିତ ନିର୍ବାଚନରେ ବିଜେଡି ୨ଜଣ ନୁଆଁମୁହଁ କୁ ପ୍ରାର୍ଥୀ ଦେଇଥିବା ବେଳେ ୫ଜଣ ପୁରୁଣା ବିଧାୟକଙ୍କୁ ପ୍ରାର୍ଥୀ କରିଥିଲା । ଲୋକସଭା ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଙ୍କୁ ନୂତନ ଭାବେ ପ୍ରାର୍ଥୀ କରାଯାଇଥିବା ବେଳେ ସେ ୧ଲକ୍ଷ ରୁ ଉର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ରହିଛନ୍ତି ।
ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅମର ନାୟକଙ୍କୁ ୧୩୯୨ ଖଣ୍ଡ ଭୋଟ୍‌ରେ ପରାଜୟ କରିଛନ୍ତି । ଧର୍ମଶାଳା ବିଧାୟକ ଭାବେ ପ୍ରଣବ ବଳବନ୍ତରାୟ ବିଜୟଲାଭ କରିଥିବ ।ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରମେଶ ପରିଡ଼ାଙ୍କୁ ୫୩ହଜାର ୧୬୬ ଖଣ୍ଡ ଭୋଟ୍‌ରେ ପରାଜୟ କରି ବିଜୟଲାଭ କରିଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ପ୍ରିତିରଂଜନ ଘଡାଇ ଭାଜପା ପ୍ରାର୍ଥୀ ପ୍ରଦିପବଳ ସମାନ୍ତଙ୍କୁ ୧୬ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ପରାଜୟ କରିଛନ୍ତି । କୋରେଇ ବିଧାନସଭା ବିଜେଡି ପ୍ରାର୍ଥୀ ଅଶୋକ ବଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ଠାରୁ ୧୬ହଜାର ରୁ ଉର୍ଦ୍ଧ୍ୱ ଭୋଟ୍‌ରେ ଆଗରେ ଅଛନ୍ତି । ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥିନୀ ବବିତା ମଲ୍ଲିକଙ୍କ ଠାରୁ ୧୫ ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି । ଯାଜପୁର ବିଧାନସଭା ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ତାଙ୍କ ନିକଟତମ ଭାଜପା ପ୍ରାର୍ଥୀ ଗୌତମ ରାୟ ଙ୍କ ଠାରୁ ୩୨ରାଉଣ୍ଡ ଗଣତି ସୁଧା ୪୦ହଜାର ଭୋଟ୍‌ରେ ଆଗରେ ଥିବା ଜଣାପଡିଛି । ବରୀ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁନନ୍ଦା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କ ଠାରୁ ୪ହଜାରରୁ ଉର୍ଦ୍ଧ୍ୱ ଭୋଟ୍‌ରେ ବିଜୟଲାଭ କରିଛନ୍ତି ।
ତେବେ ଯାଜପୁର ଜିଲ୍ଲାରେ କଂଗ୍ରେସ କୋରେଇ ଆସନକୁ ଛାଡିଦେଲା ପରେ ସବୁ ଆସନରେ ଅମାନତ ହରାଇ ଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

Read More...

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page