ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ, ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

April 24, 2021, ଦେଶ, , Anupambharat News Bureau


 ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ,  ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ
Anupambharat News Bureau
April 24, 2021


ନୂଆଦିଲ୍ଲୀ: ଗୋଟିଏ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦେ୍ୱଗଜନକ ଭାବେ ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍‌ ଅଭାବରେ ଦିଲ୍ଲୀ ହସ୍ପିଟାଲ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଅକ୍ସିଜେନ୍‌ ଅଭାବ ନେଇ ଗୁହାରି କରୁଛନ୍ତି । ଏହା ମଧ୍ୟରେ ଅକ୍ସିଜେନ୍‌ ଅଭାବ ନେଇ ମହାରାଜ ଅଗ୍ରେସନ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ତୁରନ୍ତ ଏହା ଉପରେ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା । ଶନିବାର ଏହା ଉପରେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ସୃଷ୍ଟି କରୁଛି ଜଣାଇବାକୁ କହିଛନ୍ତି । ଯିଏ ବି ଏହି କାମ କରୁଛି ତାକୁ ଫାଶିରେ ଝୁଲାଇ ଦିଆଯିବ ବୋଲି କୋର୍ଟ କଡା ଟିªଣୀ କରିଛନ୍ତି । କୋର୍ଟ ଦିଲ୍ଲୀ ସରକାରଙ୍କୁ ଏମିତି ଲୋକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନର ଏମିତି ଅଧିକାରୀଙ୍କ ବିଷୟରେ ଏବଂ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ଯଦ୍ୱାରାଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଶୁଣାଣି ସମୟରେ ଦିଲ୍ଲୀ ସରକାର ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ରାହୁଲ ମେହରା ଉଚ୍ଚ ନ୍ୟାୟାଳୟରେ କହିଛନ୍ତି ଯେ, ସ୍ଥିତି ଯାହା ଉପୁଜିଛି, ତାର ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ତୁରନ୍ତ ଅକ୍ସିଜେନ ଯୋଗାଣ ଜରୁରୀ । ଏହି ସମୟରେ ଅଦାଲତ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି । ଓକିଲ ରାହୁଲ ମେହରା ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ, ଦିଲ୍ଲୀରେ ଶୀଘ୍ର ୪୮୦ ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟନ କରାଯିବ । ଯଦି ବ୍ୟବସ୍ଥାକୁ ସଠିକ କ୍ରମରେ ରଖାନଯାଏ ତେବେ ସଂପୂର୍ଣ୍ଣ ବ୍ୟବସ୍ଥା ଧ୍‌ସ୍ତ ହୋଇଯିବ । ଯଦି ଆମକୁ ୪୮୦ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ଠିକ୍‌ ସମୟରେ ନମିଳେ ତେବେ ୨୪ ଘଣ୍ଟାରେ ପୂରା ପ୍ରକ୍ରିୟା ଠପ୍‌ ହୋଇଯିବ । କରୋନାର ଦ୍ୱିତୀୟ ଲହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍‌ ଅଭାବ ସ୍ଥିତିକୁ ସଙ୍ଗୀନ କରି ଦେଇଛି । ରାଜଧାନୀ ଦିଲ୍ଲୀର ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ କାରଣରୁ ଜରୁରକାଳୀନ ପରିସ୍ଥିତି ଜାରି ରହିଛି । ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ମଧ୍ୟ ଅକ୍ସିଜେନ୍‌ର ଅଭାବ ଘଟଣା ସାମ୍ନାକୁ ଆସିଛି । ଅକ୍ସିଜେନ୍‌ ଅଭାବ କାରଣରୁ ନୂତନ ରୋଗୀଙ୍କ ଭର୍ତ୍ତି ଉପରେ ରୋକ୍‌ ଲଗାଯାଇଛି ।
ଏମିତି ପରିସ୍ଥିତି ଅନେକ ହସ୍ପିଟାଲରେ ଦେଖିବାକୁ ମିଳିଛିଛ ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ସରିବାକୁ ବସିଛି । ଦିଲ୍ଲୀର ସରୋଜ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଅକ୍ସିଜେନ୍‌ ଶେଷ ହେବାକୁ ବସିଛି । ଏ ପର୍ଯ୍ୟନ୍ତ ସ୍ଥିତି ମୁକାବିଲା ପାଇଁ ଅକ୍ସିଜେନ୍‌ ମିଳିନାହିଁ । ହସ୍ପିଟାଲର କୋଭିଡ୍‌ ପ୍ରଭାରୀ କହିଛନ୍ତି ଯେ, ଆମ ପାଖରେ ୭୦ ରୋଗୀ ଅଛନ୍ତି, ଯାହାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ଅକ୍ସିଜେନ୍‌ର ଘୋର ଆବଶ୍ୟକତା ରହିଛି । ଯଦି ଆମକୁ ଅକ୍ସିଜେନ୍‌ ନମିଳେ ତେବେ ଗମ୍ଭୀର ସ୍ଥିତି ଉତ୍ପନ ହୋଇପାରେ । ଆମେ ରୋଗୀଙ୍କୁ ଡିସଚାର୍ଜ କରିବା ଆରମ୍ଭ କରି ଦେଇଛୁ । ଅକ୍ସିଜେନ୍‌ ଅଭାବ କାରଣରୁ ନୂତନ ରୋଗୀଙ୍କ ଆଡମିଶନ ଉପରେ ରୋକ୍‌ ଲଗାଯାଇଛି । ବିନା ଅକ୍ସିଜେନ୍‌ରେ ଏହି ରୋଗୀଙ୍କ ଚିକିତ୍ସା କେମିତି କରିବୁ ବୋଲି ଡାକ୍ତର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନିଟାଇଜର ପିଇ ୭ ଶ୍ରମିକ ମୃତ

ସାନିଟାଇଜର ପିଇ ୭ ଶ୍ରମିକ ମୃତ

Read More...

କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !!  କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।

କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !! କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page