ସାନିଟାଇଜର ପିଇ ୭ ଶ୍ରମିକ ମୃତ

April 24, 2021, ଦେଶ, , Anupambharat News Bureau


ସାନିଟାଇଜର ପିଇ ୭ ଶ୍ରମିକ ମୃତ
Anupambharat News Bureau
April 24, 2021


ମୁମ୍ବାଇ: ସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରର ୟାବାତମାଲର ୱାନୀରେ ସାନିଟାଇଜର ପିଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଶ୍ରମିକମାନେ ମଦ ପିଇବା ପାଇଁ ଖୋଜିଥିଲେ । କି;ୁ ଦୋକାନ ବନ୍ଦ ଥିବାରୁ ମଦ ମିଳିନଥିଲା । ତେବେ ମଦ ନମିଳିବାରୁ ସେମାନେ ଅମାନିଆ ହୋଇ ସାନିଟାଇଜର ପିଇଥିଲେ । ଯାହାଫଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।
ସାନିଟାଇଜର ପିଇବା ପରେ ଶ୍ରମିକମାନେ ଅସୁସ୍ଥ ହୋଇପଡିଥିଲେ । ପେଟରେ ଭୀଷଣ ଯନ୍ତ୍ରଣା ଏବଂ ବାନ୍ତି ହେବା ଯୋଗୁଁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ୱାନୀ ପୋଲିସର ତଦନ୍ତକାରୀ ଅଧିକାରୀ ଡି. ବି. ଭାଡିକର କହିଛନ୍ତି ଯେ, ମଦ ଦୋକାନଗୁଡିକ ବନ୍ଦ ଥିବାରୁ ଶ୍ରମିକମାନେ ସାନିଟାଇଜର ପିଇଦେଇଥିଲେ ।
ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବ ବ୍ୟବଚ୍ଛେଦ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ :  ୮ ମୃତ, ୩୪୮ ଉଦ୍ଧାର

ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୮ ମୃତ, ୩୪୮ ଉଦ୍ଧାର

Read More...

 ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ,  ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ, ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page