କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !! କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।

April 23, 2021, ଓଡ଼ିଶା, , Anupambharat News Bureau


କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !!  କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।
Anupambharat News Bureau
April 23, 2021


ଭଞ୍ଜନଗର, (ଅନୁପମ ମିଡିଆ): ରକ୍ତ ଜୁଡୁବୁଡୁ ଅବସ୍ଥାରେ , କାଜୁ ଜଙ୍ଗଲର କୁଣିଆ ନିକଟରୁ ବୃଦ୍ଧ ଦମ୍ପତି ଙ୍କ ମୃତ ଦେହକୁ ଉଧାର କରିଛି ପୋଲିସ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରେ , ଦୁଇ ବୃଦ୍ଧ ଦମ୍ପତି ଙ୍କ ମୃତ ଦେହ ପଡ଼ିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି , ଜଗନ୍ନାଥପ୍ରସାଦ ଥାନା ପୋଲିସ । ମୃତକ ମାନେ ହେଲେ , ୭୦ ବର୍ଷିୟ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶିଶୁଳା ପ୍ରଧାନ । ଉଭୟ ଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥା ରେ , ଖଜୁରୀ ପଟି ଓ ଜରିପାଲ ଘୋଡେ଼ଇ ହୋଇ ଦୁଇଟି ମୃତ ଦେହ ପଡିରହିଥିବା ରୁ , ପାରିପାର୍ଶ୍ବିକ ଅବସ୍ଥିତି ପ୍ରକାରେ ଏହା ଏକ ହତ୍ୟାକାଣ୍ଡ ବୋଲି ସଂଦେହ କରାଯାଉଛି । ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ପ୍ରକାରେ , ସଂପୃକ୍ତ କାଜୁ ଜଙ୍ଗଲରେ ଉଭୟ ବୃଦ୍ଧ ଦମ୍ପତି ଗତ ୫/୬ ବର୍ଷ ଧରି ଏକ କୁଡ଼ିଆ କରି ସେଥିରେ ରହିଆସୁଥିଲେ । ସେମାନେ ଯାଯାବର ଭାବେ ଜୀବନ ଅତିବାହିତ କରୁଥିବା ବେଳେ , ମହୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ତେବେ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ , ଗତ ରାତିରେ କିଛି ଯୁବକ ସେଠାକୁ ଯାଇଥିଲେ । ହୁଏତ ସେମାନଙ୍କ ଦ୍ବାରା ଏଭଳି ଘଟଣା ଘଟିଥାଇପାରେ । ତଥାପି କାରଣ ଅସ୍ପଷ୍ଟ ରହିଛି । ତେବେ ଏଭଳି ବୃଦ୍ଧ ଦମ୍ପତି ଙ୍କୁ କିଏ ଓ କାହିଁକି ହତ୍ୟା କଲା , ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ , ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ପରେ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ କହିଛନ୍ତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ,  ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ, ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

Read More...

ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page