୧୯୮୪ ଦଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା

May 10, 2019, ଦେଶ, , Anupambharat News Bureau


୧୯୮୪ ଦଙ୍ଗାକୁ ନେଇ ଦେଇଥିବା  ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା
Anupambharat News Bureau
May 10, 2019

ନୂଆଦିଲ୍ଲୀ: ଦେଶରେ ୧୯୮୪ ମସିହାରେ ଦେଖାଦେଇଥିବା ଶିଖ୍‌ ବିରୋଧୀ ଦଙ୍ଗାରେ ବହୁ ସାଧାରଣ ଜନତା ପ୍ରାଣ ହରାଇଥିଲେ । ଏହି ଦଙ୍ଗାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶ ଦାତା ସାମ୍‌ ପାଟ୍ରୋଡ଼ା ଦେଇଥିବା ମନ୍ତବ୍ୟରେ ବିଜେପି ଓ ବହୁ ଶିଖ୍‌ ବୋର୍ଡ଼ ପକ୍ଷରୁ ପିଟ୍ରୋଡ଼ାଙ୍କୁ ବିରୋଧ କରାଯାଇଥିଲା । କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ପିଟ୍ରୋଡ଼ାଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ବିଦେଶରେ କଂଗ୍ରେସର ସ୍ଥିତିକୁ ମଜ୍‌ବୁତ୍‌ କରିବା ପାଇଁ ସେ ମଙ୍ଗ ଧରିଛନ୍ତି । ତାଙ୍କ ପଦକ୍ଷେପ ଅନୁସାରେ କଂଗ୍ରେସର ବହୁ ଛାମୁଆ ନେତା ପରିଚାଳିତ ହେଉଛନ୍ତି । ତେବେ ଶିଖ୍‌ ବିରୋଧୀ ମନ୍ତବ୍ୟ ତାଙ୍କ ପାଇଁ ଚାରିଆଡ଼ୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ଶେଷରେ ନିଜର ମନ୍ତବ୍ୟକୁ ଗଣମାଧ୍ୟମରେ ଅରିରଞ୍ଜିତ କରି ଦର୍ଶାଯାଉଥିବା ସେ କହିଛନ୍ତି । ତାଙ୍କୁ ଭଲଭାବେ ହିନ୍ଦୀ କହିବା ଆସେନାହିଁ । ଯାହା ବି ହେଉଛି ଠିକ୍‌ ହେଉ ନାହିଁ ବୋଲି ହିନ୍ଦୀରେ ଅଭିହିତ କରିଥିଲେ । ତାଙ୍କ ହିନ୍ଦୀ ମନ୍ତବ୍ୟକୁ ସେ ଅନୁବାଦ କରୁନାହାନ୍ତି କିନ୍ତୁ ସେଥିପାଇଁ ସେ କ୍ଷମା ପ୍ରାର୍ଥନ କରୁଛନ୍ତି । ତାଙ୍କ ମନ୍ତବ୍ୟରେ ଯଦି ଶିଖ୍‌ ସମ୍ପ୍ରଦାୟଙ୍କୁ ଆଘାତ ପହଁଞ୍ଚିଛି ତେବେ ସେ କ୍ଷମା ପ୍ରାର୍ଥନ କରୁଛନ୍ତି । ତାଙ୍କ ଉଦ୍ଦେଶ୍ୟ ନୂହେଁ ଯେ, ଶିଖ୍‌ ସମ୍ପ୍ରଦାୟର ଲୋକଙ୍କୁ ଆକ୍ଷେପ କରି ଏହିଭଳି ମନ୍ତବ୍ୟ ଦେବା ସେ ଅନୁଭବ କରିନଥିବେ ବୋଲି ସେ କହିଛନ୍ତି । ତେବେ ବିଜେପି ଯେଉଁ ସମାଲୋଚନାର ସରଭ୍ୟ ସୃଷ୍ଟି କରୁଛି ସେଥିରେ ସେ ବିଶ୍ୱାସ କରୁନାହାନ୍ତି । ତାଙ୍କ ମନ୍ତବ୍ୟଙ୍କୁ ଅଲଗା ଭାବରେ ପରିବେଷଣ କରାଯାଉଛି ଓ ଏଥିପାଇଁ ଲୋକେ ସଠିକ୍‌ ତଥ୍ୟ ଜାଣିବାରୁ ବଞ୍ଚିତ ହୋଇଛନ୍ତି । ୧୯୮୪ ଦଙ୍ଗାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର ଏଥିରେ ଛନ୍ଦି ହୋଇ କଂଗ୍ରେସର ଛବିକୁ କଳଙ୍କିତ କରିଛନ୍ତି । ଏହି ଘଟଣା ଗଂଗେସର ସ୍ଥିତିକୁ ମଜ୍‌ବୁତ କରିବା ପରିବର୍ତ୍ତେ ଦୁର୍ବା ଗଳିଛି । ଏଥିରେ କୌଣସି ଘଟଣା ସମ୍ପର୍କରେ ଭଲଭାବରେ ଅବଗତ ହୋଇ ସେ ଉପରେ ମନ୍ତବ୍ୟ ଦେବା ଉଚିତ୍‌ ବୋଲି କଂଗ୍ରେସର ବହୁ ନେତା ଅବଗତ କରାଇଛନ୍ତି । କଂଗ୍ରେସ ନୋତ ପିଟ୍ରୋଡ଼ା ରାହୁଲ ଗାନ୍ଧୀଙ୍କ ଖୁବ୍‌ ନିକଟତର ହୋଇଛନ୍ତି । ଶିଖ୍‌ ବିରୋଧୀ ଦଙ୍ଗାରେ ଯେଉଁମାନେ ଦୋଷୀ ସାବ୍ୟସ୍ଥ ସେମାନଙ୍କୁ ଦଣ୍ଡଦେବା ସହ ପୀଡ଼ିତାଙ୍କ ମୁଖରେ ନ୍ୟାୟ ପ୍ରଦାନ କରିବା ଏକମାତ୍ର ଅସ୍ତ୍ରହେବା ଉଚିତ୍‌ । ପିଟ୍ରୋଡ଼ା ଙ୍କ ମନ୍ତ୍ୟବକୁ ତାଙ୍କ ନିଜର ମନ୍ତବ୍ୟ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି । ଏହା ଦଳର ଆଭିମୁଖ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛି । ଏହି ଦଙ୍ଗାରେ ଯେଉଁ ରାଜନେତାମାନେ ମନ୍ତବ୍ୟ ପ୍ରଦାନ କରୁଛନ୍ତି ତାହା ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରାଯାଉଛି । ତାହାକୁ ଦଳର ମତ ବୋଲି କୌଣସି ମତେ ଗ୍ରହଣ କରାଯିବ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି । ବହୁ ରାଜନେତା ଏହି ଘଟଣାକୁ ନେଇ ମନ୍ତବ୍ୟ ଦେବା ପୂର୍ବରୁ ଅଧିକ ସତର୍କ ହୋଇ ପଡ଼ୁଛନ୍ତି । କଂଗ୍ରେସର ରାଜନୈତିକ ପରାମର୍ଶଦାତା ଭାବେ ଶାମ୍‌ ପିଟ୍ରୋଡ଼ାଙ୍କ ଭୂମୀକା ଅଧିକ ଗୁରୁତ୍ୱ ହୋଇଥାଏ । ଶିଖ୍‌ ବିରୋଧୀ ଦଙ୍ଗା ଓ ହିଂସାକୁ ସମାଜରେ କୌଣସି ମତେ ଗ୍ରହଣ କରାଯିବା ନାହିଁ ବୋଲି ଜଣାପଡ଼ିଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

Read More...

ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page