ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

May 10, 2019, ବିଦେଶ, , Anupambharat News Bureau


ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା
Anupambharat News Bureau
May 10, 2019

ୱାସିଂଟନ୍‌: ବିଶ୍ୱରେ ମିଶାଇଲ୍‌ ପରୀକ୍ଷଣ କରିବାରେ ଉତ୍ତର କୋରିଆ ସବୁଠାରୁ ଧୀନ ରାଷ୍ଟ୍ର ଆମେରିକାକୁ ଭୟଭୀତ କରିବା ପାଇଁ ନିଜ ଇଚ୍ଛା ମୁତାବକ ଅନବରତ ପରୀକ୍ଷଣ କରିବାରେ ଲାଗିଛି । ମିଳିତ ଜାତି ସଂଘର କଟକଣାକୁ ମଧ୍ୟ ଉତ୍ତର କୋରିଆ ମାନିବାକୁ ପ୍ରସ୍ତìତ ହେଉ ନାହିଁ । ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ନିଜକୁ ପରିଗଣିତ କରିବା ପାଇଁ ଉତ୍ତର କୋରିଆର ତାନାସା କିମ୍‌ ଜଙ୍ଗ ଉନ୍‌ ନିଜର କ୍ଷମତାକୁ ବିଶ୍ୱ ଆଗରେ ପ୍ରମାଣିତ କରିବା ପାଇଁ ମିଶାଇଲ୍‌ ପରୀକ୍ଷଣ ଜାରି ରଖିଛନ୍ତି । କୌଣସି ରାଷ୍ଟ୍ରର ପରାମର୍ଶକୁ ମଧ୍ୟ ତିଳେମାତ୍ର ଭୃକ୍ଷେପ କରୁନାହାନ୍ତିଁ । ଆମେରିକାର ରାଷ୍ଟ୍ରପତି ଡ଼ୋନାଲï ଟ୍ରମ୍ପ ବହୁଭାର ଉତ୍ତର କୋରିଆକୁ ଏହିଭଳି ପରୀକ୍ଷଣ ନ କରିବା ପାଇଁ ଏହିଭଳି ପରାମର୍ଶ ଦେଇଥିଲେ ମଧ୍ୟ ନିଜ ଅଞ୍ଚଳରେ ଭୂତ ମିଶାଇଲ୍‌ ପରୀକ୍ଷଣ କରି ନିଜର ଦେଶରେ ହିିଁ ଭୂମିକମ୍ପ ଭଳି ସ୍ଥିତି ସୃଷ୍ଟି କରୁଛି । ଉତ୍ତର କୋରିଆର ପୋଡ଼ଶୀ ରାଷ୍ଟ୍ର ଦକ୍ଷିଣ କୋରିଆ ହୋଇଥିଲେ ମଧ୍ୟ ମିଶାଇଲ୍‌ ଆକ୍ରମଣର ଚେତାବନି ଦେଇ ଗୋଟାଏ ପରେ ଗୋଟାଏ ଆଣବିକ ମିଶାଇଲ୍‌ ପରୀକ୍ଷଣ ଜାରି ରଖିଛି । ଫଳରେ ଦକ୍ଷିଣ କୋରିଆ ନିଜକୁ ସୁରକ୍ଷିତ ମଣିବା ପାଇଁ ଅନ୍ୟ ରାଷ୍ଟ୍ରର ସହାୟତା ଲୋଡ଼ୁଥିବା ଲକ୍ଷ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବିବାଦୀୟ ରାଷ୍ଟ୍ରପତି ହୋଇଥିବାରୁ ଉତ୍ତର କୋରିଆ ଉପରେ ମିଶାଇଲ୍‌ ଆକ୍ରମଣ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଦେଶର ପ୍ରମୁଖ ସାମରିକ ଅସ୍ତ୍ରଶସ୍ତ୍ର ରହୁଥିବା ମୁଖ୍ୟ କାର୍ଯ୍ୟାଳୟ କୁହାଯାଉଥିବା ପେଣ୍ଟାଗନ୍‌ରୁ ବହୁ ଅତ୍ୟାଧୁîନିକ ମିଶାଇଲ୍‌ କ୍ଷପଣାସ୍ତ୍ର ଉତ୍ତର କୋରିଆର ସୀମାବର୍ତ୍ତି ଅଞ୍ଚଳରେ ମୁତୟନ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସ୍ଥିତି ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଉଥିଲା । ବହୁ ଚାପରେ ଶେଷରେ ଉତ୍ତର କୋରିଆର ଏହି ତାନସା କିମ୍‌ ଜଙ୍ଗ ଉନ୍‌ ନିଜର ମିଶାଇଲ୍‌ ପରୀକ୍ଷଣକୁ କିଛି ସମୟ ପାଇଁ ବିରତୀ ରଖିଥିଲେ । ନିଜ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ନିଜର ଯୋଜନାକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉତ୍ତର କୋରିଆ ନିକଟରେ ଦୁଇଟି ସ୍ୱଳ୍ପ ରେଞ୍ଜ ବିଶିଷ୍ଠ ମିଶାଇଲ୍‌ ପରୀକ୍ଷଣ କରିଛି । ଅନ୍ୟ ମିଶାଇଲ୍‌ ଗୁଡ଼ିକ ପରୀକ୍ଷଣ ନ କରିବା ପାଇଁ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଛି । ଏହିଭଳି ସ୍ଥିତିରେ ବିଶ୍ୱରେ କୌଣସି ରାଷ୍ଟ୍ର ଉତ୍ତର କୋରିଆର ଏହିଭଳି ଆଭିମୁଖ୍ୟକୁ ପସନ୍ଦ କରୁନାହାନ୍ତି । ବହୁ ରାଷ୍ଟ୍ର ଉତ୍ତର କୋରିଆର ପଦକ୍ଷେପକୁ କଡ଼ା ନିନ୍ଦା କରିବା ସହ ମିଶାଇଲ ପରୀକ୍ଷଣ ନ କରିବା ପାଇଁ ଏକତ୍ରୀତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରକରେ ବଧୂହତ୍ୟା,   ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

ଭଦ୍ରକରେ ବଧୂହତ୍ୟା, ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

Read More...

୧୯୮୪ ଦଙ୍ଗାକୁ ନେଇ ଦେଇଥିବା  ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା

୧୯୮୪ ଦଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page