ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା

May 10, 2019, ଓଡ଼ିଶା, ମାଲକାନଗିରି, Anupambharat News Bureau


ନ୍ୟାୟ ଅପେକ୍ଷାରେ ଜଳିଲା ଜୁଇ, ଲଢ଼େଇରେ ଜୀବନ ହାରିଲେ ଦୁଷ୍କର୍ମ ପୀଡିତା
Anupambharat News Bureau
May 10, 2019

ମାଲ୍‌କାନାଗିରି, ୧୦ା୫ (ଅନୁପମ ମିଡିଆ): ଏହି ଘଟଣାଟି ଆମ ରାଜ୍ୟର ନ୍ୟାୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛି । ଜଣେ ଦୁଷ୍କର୍ମ ପୀଡିତା ନ୍ୟାୟ ପାଇବା ଆଶାରେ ଦୀର୍ଘ ଦେଢ଼ ବର୍ଷ ଲଢ଼େଇ କରି କରି ଶେଷରେ ତାର ଜୁଇ ଜଳିଛି । ହେଲେ ନ୍ୟାୟ ମିଳିଲାନି । ଦେଢ଼ ବର୍ଷର ଲଢ଼େଇ ପରେ ହାରିଗଲେ ନାବାଳିକା । ଏହି ଘଟଣାଟି ଆପଣଙ୍କୁ ନିଶ୍ଚିନ୍ତ ଚିନ୍ତାରେ ପକାଇଦେବ । ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ । ଏହି ଦୁଃଖ କାହାଣୀ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳର । ଗତ ୨୦୧୭ ନଭେମ୍ବର ମାସରେ ପ୍ଲସ୍‌ - ଟୁ ସାଇନ୍ସ ପୁଥିବା ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଅଭିଯୋଗ ଆଣିଥିଲେ । କଲେଜର ଜଣେ ଅଧ୍ୟାପକ ସମେତ ୪ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡ଼ିତା । ପ୍ରାୟ ଦେଢ଼ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ ପରେ ଆଖି ବୁଜିଛନ୍ତି ଦୁଷ୍କର୍ମ ପୀଡ଼ିତା ନାବାଳିକା । ନ୍ୟାୟ ତ ମିଳିଲାନାହିଁ, ଶେଷରେ ଭୁବନେଶ୍ୱରରେ ଜଳିଛି ତାଙ୍କର ଜୁଇ ।
ଏହି ଘଟଣାରେ ଏଫଆଇଆର ରୁଜୁ କରିଥିଲା, ହେଲେ କାହାରିକୁ ଗିରଫ କରିନଥିଲା ମାଥିଲି ପୋଲିସ । ପୋଲିସର ନିଷ୍କ୍ରିୟତା ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଆଗୁଆ ଜାମିନ ପାଇବାରେ ସଫଳ ହୋଇଥିଲେ । ସେପଟେ ମାମଲାକୁ ଉଠାଇନେବା ପାଇଁ ପୀଡିତା ଓ ତାଙ୍କ ପରିବାର ଉପରେ ଚାପ ପଡିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ପରିବାର ।
ହାଇକୋର୍ଟ ମାମଲାକୁ ବିଚାର କରିବା ସହିତ ଘଟଣାର ପୁଣିଥରେ ତଦନ୍ତ ଏବଂ ପୀଡିତାକୁ ସୁରକ୍ଷା ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟ ମାମଲାକୁ ଆଗକୁ ନେଇନଥିଲା ପୋଲିସ । ସେପଟେ ମାନସିକ ଚାପରେ ଆସି ନାବାଳିକା ପୀଡ଼ିତା ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ ପରିବାର ଲୋକ । ଭୁବନେଶ୍ୱରରେ ଆଇଏଏସ କୋଚିଂ ନେବା ସହ ଯୁକ୍ତ ୩ରେ ନାମ ଲେଖାଇବା ଯୋଜନା କରିଥିଲେ ।
ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁ ସ୍ଥାନରେ ଗୁହାରି କରିଥିଲେ ବି ନ୍ୟାୟ ମିଳିନଥିଲା । ଏହାପରେ ମାନସିକ ଭାରସ୍ୟାମ ହରାଇ ବସିଥିଲେ ପୀଡ଼ିତା । ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରରେ ଜଣେ ସଂପର୍କୀୟାଙ୍କ ଘରେ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଶେଷରେ ଆଖି ବୁଜିଛନ୍ତି ନାବାଳିକା । ତେବେ ଏହି ଦୁଃଖଦ ଘଟଣା ପୁଣି ଥରେ ବ୍ୟବସ୍ଥା ଉପରେ ଛିଡ଼ା କରିଛି ବଡ଼ ପ୍ରଶ୍ନବାଚୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯୮୪ ଦଙ୍ଗାକୁ ନେଇ ଦେଇଥିବା  ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା

୧୯୮୪ ଦଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟକୁ ପେଟ୍ରୋଦାଙ୍କ କ୍ଷମାପ୍ରାର୍ଥନା

Read More...

ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ

ଝୁମ୍ପୁଡ଼ି କୁଡ଼ିଆରେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page