ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ: ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ

February 16, 2021, ଓଡ଼ିଶା, , Anupambharat News Bureau


ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ:  ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ
Anupambharat News Bureau
February 16, 2021


ରାଉରକେଲା, ୧୬ା୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଯାଇ ରାଉରକେଲାଠାରେ ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ ସହ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏଥିସହିତ ନୂତନ ଷ୍ଟାଡିୟମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହେଲିପ୍ୟାଡରେ ଅବତରଣ ପରେ କାରକେଡ୍‌ରେ ୧୧ଟା ୫୭ ମିନିଟ୍‌ରେ ମଞ୍ଚ ନିକଟରେ ପହଞ୍ଚିଥିଲେ । ବିପିୟୁଟି ପରିସରରେ ଆୟୋଜିତ ଏହି ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, ରାଉରକେଲା ହେଉଛି ଏକ ଆଶାର ସହର । ସୁନ୍ଦର ମାଟି, ପାଣି, ପବନରେ ରହିଛି ହକିର ଆତ୍ମା । ରାଉରକେଲାକୁ ହକି ବିଶ୍ୱକପ୍‌ ଭେନୁ୍ୟ ମନୋନୀତ କରାଯାଇଛି । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍‌ ପାଇଁ ଭିତ୍ତି ଦିଆଗଲା । ଏହି ହକି ଷ୍ଟାଡ଼ିୟମ୍‌କୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା । ଏହା ମଧ୍ୟରେ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟ୍ରପ ନିର୍ମାଣ, ପର୍ଯ୍ୟଟନର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଘାଟ, କ୍ରୀଡ଼ା, ପାନୀୟ ଜଳ, ଜଳସେଚନ ଜୀବିକା ବିକାଶ ପ୍ରଭୃତି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ବୋଲି ସେ କହିଛନ୍ତି । ରାଉରକେଲା ସହିତ ବିଜୁବାବୁଙ୍କର ସମ୍ପର୍କ ବିଷୟ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଉରକେଲାର ଷ୍ଟିଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଏନଆଇଟି ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର­ ସିଟି ଅଫ୍‌ ହୋପସ୍‌ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମାଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏMା କିପରେ ଭୁବନେଶ୍ୱରର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର
ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟ କ୍ରମରେ ବହୁ ମନ୍ତ୍ରୀ ସାଂସଦ ବିଧାୟକ ଯୋଗ ଦେଇଥିଲେ । ବିଶିଷ୍ଟ ହକି ତାରକା ଦିଲ୍ଲୀପ ତୀର୍କୀ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିୟାନ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଦିନ ବର୍ଷା ସମ୍ଭାବନା

ଚାରି ଦିନ ବର୍ଷା ସମ୍ଭାବନା

Read More...

ପ୍ରବଚନ ଦେଇପାରିବେ ସାରଥୀ

ପ୍ରବଚନ ଦେଇପାରିବେ ସାରଥୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page