ପ୍ରବଚନ ଦେଇପାରିବେ ସାରଥୀ

February 16, 2021, ଓଡ଼ିଶା, , Anupambharat News Bureau


ପ୍ରବଚନ ଦେଇପାରିବେ ସାରଥୀ
Anupambharat News Bureau
February 16, 2021


ଭୁବନେଶ୍ୱର,୧୬ା୨(ଅନୁପମ ମିଡ଼ିଆ): ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ଆତ୍ମଘୋଷିତ ସାରଥି ବାବା ଓରଫ ସନ୍ତୋଷ ରାଉଳ । ଏଥିପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡ଼ କଟକଣା ମାନି , ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ । ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥି । ତେବେ ସେ କେଉଁଠି ପ୍ରବଚନ ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ସୂଚନା ଅନୁଯାୟୀ ସାରଥି ତାଙ୍କ ଅପିଲରେ କହିଥିଲେ ଯେ, କେନ୍ଦ୍ରାପଡ଼ା ବାରିମୂଳ ଛାଡ଼ି ରାଜ୍ୟରେ ଯେ କୌଣସି ସ୍ଥାନରେ ପ୍ରବଚନ ପାଇଁ ଅନୁମତି ଦିଆଯାଉ । ତେବେ କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ଉଲ୍ଲେଖନୀୟ ଯେ ସାରଥି ବାବା ଜଣେ ଝିଅଙ୍କ ସହ ହାଇଦ୍ରାବାଦସ୍ଥିତ ଗୋଲକୁଣ୍ଡା ହୋଟେଲରେ ଥିବା ସମ୍ପର୍କିତ ଫଟୋ ପ୍ରସାରିତ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲା । ଅଗଷ୍ଟ ୭ ତାରିଖ ୨୦୧୫ ରେ ସାରଥିଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ଆଶ୍ରମରେ ଚଢାଉ ବେଳେ କୋଟି କୋଟି ଟଙ୍କା ଓ ଧନ ସମ୍ପତ୍ତି ଜବତ କରାଯାଇଥିଲା । କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଏବେ ବି ୧୪୪ ଧାରା ଜାରି ରହିଛି । ତେବେ ଆଜି ଉକ୍ତ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରି ଜିଲ୍ଲା ପୁଲିସ ଆଇନ ଶୃଙ୍ଖଳା ଉପରେ ନଜର ରଖାଯାଇଛି । ତେବେ ଏକାଧିକ ମାମଲାରେ ଛନ୍ଦି ହୋଇଥିବା ପର୍ଯ୍ୟାୟକ୍ରମେ ତାଙ୍କୁ ଜାମିନ ମିଲିଥିଲା । ପ୍ରଥମେ ୨୦୧୭ ଏବଂ ପରେ ୨୦୧୯ରେ ସାରଥୀଙ୍କୁ ଜାମିନ ମିଳିଥିଲା । ସାରଥି ଜେଲରୁ ବାହାରି ଶୋଭାଯାତ୍ରା କରିପାରିବେନି କି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି ବୋଲି ସର୍ତ୍ତ ରଖିଥିଲେ କୋର୍ଟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ:  ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ: ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ

Read More...

କେଜ୍‌ରିୱାଲଙ୍କ ଝିଅଙ୍କୁ ଠକିବା ଅଭିଯୋଗରେ ୩ ଗିରଫ

କେଜ୍‌ରିୱାଲଙ୍କ ଝିଅଙ୍କୁ ଠକିବା ଅଭିଯୋଗରେ ୩ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page