ଚାରି ଦିନ ବର୍ଷା ସମ୍ଭାବନା

February 16, 2021, ଓଡ଼ିଶା, , Anupambharat News Bureau


ଚାରି ଦିନ ବର୍ଷା ସମ୍ଭାବନା
Anupambharat News Bureau
February 16, 2021


ଭୁବନେଶ୍ୱର,୧୬ା୨(ଅନୁପମ ମିଡ଼ିଆ): ଆସନ୍ତା ଚାରି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ, ବଲାଙ୍ଗିର ଓ ବରଗଡ଼ । ବର୍ଷା ହେଲା ପରେ ଶୀତ ଆଉ ଥରେ ଫେରିବାର ସମ୍ଭାବନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧ ଓ କନ୍ଧମାଳ । ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ସହିତ ଘଡଘଡ଼ି ମାରିବାର ସମ୍ଭାବନା ରହିଛି । ଘଡ଼ଘଡ଼ି ମାରିବାର ସମ୍ଭାବନା ଥିବାରୁ ଘରୁ ବାହାରିଲା ବେଳେ ବା ଫେରିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

Read More...

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ:  ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ: ସର୍ବବୃହତ ହକି ଷ୍ଟାଡ଼ିୟମର ଶିଳାନ୍ୟାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page