ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି

December 18, 2020, ଦେଶ, , Anupambharat News Bureau


ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି
Anupambharat News Bureau
December 18, 2020


ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଷୀମାନଙ୍କ ଦ୍ୱାରା ଉତ୍ପାଦନ ହେଉଥିବା ଶସ୍ୟକୁ ଉଚିତ ଦରରେ ବଜାରରେ ବିକ୍ରି କରାଯାଇ ପାରୁନାହିଁ । ଦୀର୍ଘବର୍ଷ ଧରି ଚାଷୀମାନେ ପାଇକାରୀ ବ୍ୟବସାୟୀଙ୍କୁ ଅତି କମ୍‌ ଦରରେ ଶସ୍ୟ ବିକ୍ରି କରି ବହୁ କ୍ଷତି ବହନ କରୁଥିଲେ । ତେବେ ଚାଷୀ ଶସ୍ୟକୁ ମହଜୁଦ ରଖିବା କଷ୍ଟସାଧ୍ୟ ମନେ କରି ସରକାରଙ୍କ ଜରିଆରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ଜଣେ ଚାଷୀଙ୍କ ପାଇଁ ଯଥେଷ୍ଟ ନଥିଲା । ଏଣୁ ଏମ୍‌ଏସ୍‌ପି ବୃଦ୍ଧି କରିବାପାଇଁ ପ୍ରଥମେ ଚାଷୀମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ଚାଷୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଦିଓ କେନ୍ଦ୍ର ସରକାର ୩ଟି କୃଷି ଆଇନ ମଞ୍ଜୁରୀ କରିଛନ୍ତି, ତେବେ ମଧ୍ୟ ବିଭିନ୍ନ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଥିଲେ । ଶେଷରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବ୍ୟବସ୍ଥା ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କୃଷକମାନଙ୍କୁ ସ୍ପଷ୍ଟ କରି ଆଶ୍ୱାସନା ଦେଇଛନ୍ତି । ମଧ୍ୟପ୍ରଦେଶରେ କୃଷକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କୃଷକମାନେ ସରକାରଙ୍କ ସଂସ୍କାର ପ୍ରକ୍ରିୟା ଉପରେ ଭରସା ରଖିବା ଆବଶ୍ୟକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସରକାର ଚାଷୀଙ୍କ ପ୍ରତିଟି ପ୍ରସଂଗରେ ଆଲୋଚନା କରିବା ପାଇଁ ପ୍ରସ୍ତìତ ଅଛନ୍ତି । ମଧ୍ୟପ୍ରଦେଶରେ ଆଜି ୫୦ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆୟୋଜିତ କିଷାନ ମହାସମ୍ମିଳନକୁ ଅନ୍‌ଲାଇନ୍‌ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହା ମଧ୍ୟ ସେ କହିଛନ୍ତି ଯେ, ଅନୁମୋଦନ ହୋଇଥିବା ୧୩ଟି ଆଇନ ଚାଷୀଙ୍କୁ ଉପକୃତ କରିବ । ଏଥିପାଇଁ କୌଣସି ନୈରାଶ୍ୟଭାବ ସୃଷ୍ଟି କରିବା ଉଚିତ ନୁହେଁ । ବିରୋଧୀ ନୂଆ କୃଷି ଆଇନ ସମ୍ପର୍କରେ ଗୁଜବ ଓ ଅପପ୍ରଚାର ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ସରକାର ରବି ଓ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ନୂଆ ଆଇନ ଅନୁସାରେ ଚାଷୀମାନେ ନିଜ ଇଛା ଅନୁସାରେ ମଣ୍ଡି ଭିତରେ କିମ୍ବା ବାହାରେ ନିଜ ଫସଲ ସାମଗ୍ରୀ ବିକ୍ରି କରିପାରିବେ । ଅନ୍ୟପକ୍ଷରେ କେବଳ ଚାଷୀମାନେ କଣ୍ଟ୍ରାକଫ ଫାର୍ମିଂର କଣ୍ଟ୍ରାକଫରୁ ଓହରିପାରିବେ, କି;ୁ ସ୍ପନସରମାନେ ଓହରି ପାରିବେ ନାହିଁ । ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକମାନଙ୍କୁ ଏକ ଆଠ ଫର୍ଦ୍ଦ ବିଶିଷ୍ଟ ଖୋଲା ଚିଠି ଲେଖିଥିଲେ । କୃଷି ଆଇନ ସମ୍ପର୍କରେ ବିରୋଧୀ ଦଳ ଓ ଅନ୍ୟ ଗୋଷ୍ଠୀମାନଙ୍କ ଅପପ୍ରଚାରରେ ଭଳିନଯିବାକୁ ସେ ଏହି ପତ୍ରରେ ନିବେଦନ କରିଥିଲେ । ସେ ଦାବି କରିଛନ୍ତି ଯେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କେତେକ କୃଷକ ସଂଗଠନଙ୍କ ବ୍ୟତୀତ ଦେଶର ଅଧିକାଂଶ ସଂଗଠନ ଏହାକୁ ସମର୍ଥନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଙ୍ଗନା ରଣାୱତଙ୍କୁ ଜୀବନରେ ମାରିଦେବାକୁ ଧମକ

କଙ୍ଗନା ରଣାୱତଙ୍କୁ ଜୀବନରେ ମାରିଦେବାକୁ ଧମକ

Read More...

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ:  ଓଡ଼ିଶାବାସୀ ଆମର ମୁଖିଆ: ନବୀନ

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ: ଓଡ଼ିଶାବାସୀ ଆମର ମୁଖିଆ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page