ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ: ଓଡ଼ିଶାବାସୀ ଆମର ମୁଖିଆ: ନବୀନ

December 18, 2020, ଓଡ଼ିଶା, , Anupambharat News Bureau


ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ:  ଓଡ଼ିଶାବାସୀ ଆମର ମୁଖିଆ: ନବୀନ
Anupambharat News Bureau
December 18, 2020


ଭୁବନେଶ୍ୱର, ୧୮ା୧୨(ଅନୁପମ ମିଡ଼ିଆ): ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା କହିଥିଲେ । ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି । କି;ୁ ବିଜେଡି ଏଥିପାଇଁ ଲଢେଇ ଜାରି ରଖିବ । ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ଯୁବ ବିଜେଡି କାର୍ଯ୍ୟକାରିଣୀରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍‌ କରି ଏହା କହିଛନ୍ତି ।
ଆମର ସ୍ୱତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର ଇଚ୍ଛା ନାହିଁ । ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା । ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱର ନିର୍ଦ୍ଦେଶରେ କାମ କରୁଛନ୍ତି । ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ୱତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ମୁଖିଆ ନାହାନ୍ତି । ଓଡିଶାବାସୀ ହେଉଛନ୍ତି ଆମର ମୁଖିଆ । ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।ମହାନଦୀ ପାଣି ପାଇଁ , ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ , କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ,ଓଡିଶାର ଖଣିଜ ସମ୍ପଦର ଲାଭ ଯେପରି ଓଡିଶା ଓ ଓଡିଶାବାସୀ ପାଇବେ, ସେଥିପାଇଁ ଆମେ ଲଢେଇ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୁବକମାନଙ୍କ ସମ୍ବୋଧନ କରି କହିଥିଲେ ଓଡିଆ ଜାତିର ଅସ୍ମିତା କିପରି ଆଗକୁ ଯିବ ସେଥିପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନକୁ ତାଙ୍କ ସୁପୁତ୍ର ତଥା ଆମ ସମସ୍ତଙ୍କର ନେତାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂରଣ କରି ଦେଖାଇଛନ୍ତି । ଓଡିଶାର ସମସ୍ତ ଯୁବକମାନେ ତ୍ୟାଗବ୍ରତୀ ହୋଇ ଓଡିଶାର ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କର;ୁ । ବିଜୁ ଯୁବ ଜନତା ଦଳର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ଅମରେଶ ପତ୍ରୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୁବ ନେତୃତ୍ୱଗଣ ଯୋଗଦେଇ ଯୁବ ନେତାମାନଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ନେତୃବୃନ୍ଦ ସାଂଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରିଜଣ ଯୁବ ନେତାଙ୍କୁ ସମ୍ବର୍ଦ୍ଧିିତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ରାଜନୈତିକ ପ୍ରସ୍ତାବ, ସାଂଗଠନିକ ପ୍ରସ୍ତାବ ଏବଂ ସଂକଳ୍ପ ପ୍ରସ୍ତାବ ଗୁଡିକ ଗୃହୀତ ହୋଇଥିଲା । ଅନ୍ୟ ନେତୃବୃନ୍ଦମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାସ,ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସମସ୍ତ ଜୋନର
ଜୋନ ସଭାପତି ଏବଂ ୩୫ଟି ସାଂଗଠନିକ ଜିଲ୍ଲା ଜିଲ୍ଲାସଭାପତିମାନେ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି

ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି

Read More...

ହାଥରସ୍‌ ମାମଲା, ହତ୍ୟା ପୂର୍ବରୁ ଗଣଦୁଷ୍କର୍ମ

ହାଥରସ୍‌ ମାମଲା, ହତ୍ୟା ପୂର୍ବରୁ ଗଣଦୁଷ୍କର୍ମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page